ଭୁବନେଶ୍ୱର: ଜଳେଶ୍ୱରରେ ପୋଲିସ ଉପରକୁ ଆକ୍ରମଣ, ୪ଜଣ ଆକ୍ରମଣକାରୀ ଗିରଫ । ବେଆଇନ ଚାନ୍ଦା ଆଦାୟକାରୀ ମାନେ ପୋଲିସ ଟିମ୍ ଉପରକୁ ଆକ୍ରମଣ କରିଥିବା ସୂଚନା । ୬୦ ନମ୍ବର ଜାତୀୟ ରାଜପଥ ଶାନ୍ତିଆ ଠାରେ କିଛି ଜଣ ବେଆଇନ ଚାନ୍ଦା ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଟିମ୍ ତଦନ୍ତ କରୁଥିବା ବେଳେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଓ ମହିଳା କନେଷ୍ଟବଳଙ୍କୁ ଆକ୍ରମଣ କରିଥିଲେ ଦୃବୁର୍ତ୍ତ । ଉଭୟ ଆକ୍ରମଣରେ ଆହତ ହୋଇଛନ୍ତି । ଘଟଣାରେ ସଂପୃକ୍ତ ୪ ଜଣକୁ ଗିରଫ କରିଛି ପୋଲିସ ।