29.1 C
Bhubaneswar
Monday, June 9, 2025
Homeଓଡିଶାବିଜେପି କର୍ମୀଙ୍କୁ ଆକ୍ରମଣ ; ୨ ଗିରଫ

ବିଜେପି କର୍ମୀଙ୍କୁ ଆକ୍ରମଣ ; ୨ ଗିରଫ

ଟିଟିଲାଗଡ଼ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ରାଜନୈତିକ ହିଂସା। ସଇଁତଳା ଥାନା ଡୁଙ୍ଗୁରିପାଲିରେ ୨ଜଣ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆହତ କର୍ମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ଓ ତାଙ୍କ ସମର୍ଥକମାନେ ତେଣ୍ଡିପାଲି ଗାଁରୁ ପ୍ରଚାର କରି ଫେରୁଥିଲେ। ଏହି ସମୟରେ ସୌର ପ୍ଲାଣ୍ଟ  ନିକଟରେ  କିଛି ଲୋକ ୩ରୁ ୪ଟି ଗାଡ଼ିରେ ଆସି ନବୀନ ଜୈନଙ୍କ ସମର୍ଥକ ଉପରେ ଆକ୍ରମଣ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସେମାନେ ବିଜେପିର ଦୁଇ କର୍ମୀଙ୍କୁ ମାଡ଼ ମାରି ଅପହରଣ କରି ନେଇଯାଇଥିବା ଅଭିଯୋଗ ହୋଇଛି।  କିଛି ସମୟ ପରେ ଆହତ ଅବସ୍ଥାରେ ୨ କର୍ମୀ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ସଇଁତଳା ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଆହତ ୨ ବିଜେପି କର୍ମୀ । ଅପରପକ୍ଷ ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କୁ ଜାତିଆଣ ଆକ୍ଷେପ କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking