38.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଆତିଶୀଙ୍କ ବଡ ଅଭିଯୋଗ; ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯୋଜନା କରୁଛି କେନ୍ଦ୍ର

ଆତିଶୀଙ୍କ ବଡ ଅଭିଯୋଗ; ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯୋଜନା କରୁଛି କେନ୍ଦ୍ର

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରେ ଆପ ନେତାଙ୍କର ବିକ୍ଷୋଭ ସହିତ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହାରି ଭିତରେ ଆଉ ଏକ ବଡ ବୟାନ ଦେଇଛନ୍ତି ଆପ୍ ମନ୍ତ୍ରୀ ଆତିଶୀ । ଦିଲ୍ଲୀରେ ମୋଦି ସରକାର ରାଷ୍ଟ୍ରପତି ଶାସନ ଲାଗୁ କରିବା ନେଇ ପ୍ରସ୍ତୁତ ହେଉଥିବା ସେ ଦାବି କରି କହିଛନ୍ତି । ଦିଲ୍ଲୀ ସରକାରଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି । ଦିଲ୍ଲୀର ସରକାରୀ କର୍ମଚାରୀମାନେ ବୈଠକକୁ ଆସୁ ନାହାନ୍ତି । ଏହା ଦିଲ୍ଲୀର ଲୋକଙ୍କ ପ୍ରତି ବିଶ୍ୱାସଘାତକତା ହେବ ବୋଲି ସେ କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, “୨୦ ବର୍ଷ ପୁରୁଣା କେସରେ ବୈଭବ କୁମାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଦିଲ୍ଲୀରେ ଅଧିକାରୀମାନଙ୍କର ଟ୍ରାନ୍ସଫର କିମ୍ବା ପୋଷ୍ଟିଂ ହୋଉନାହିଁ । ମିଥ୍ୟା ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଇଡି କୌଣସି ପ୍ରମାଣ ବିନା ତାଙ୍କୁ ଗିରଫ କରିଛି । ବିଜେପି ଜାଣିଛି ଯେ, ଯେତେ ଚେଷ୍ଟା କଲେ ସୁଦ୍ଧା ସେ କେଜ୍ରିୱାଲଙ୍କୁ ହରାଇ ପାରିବ ନାହିଁ । ତେଣୁ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ” ଆତିଶୀ ଦାବି କରି କହିଛନ୍ତି, “ଦିଲ୍ଲାବାସୀ କେବଳ ଆମ ଆଦମୀ ପାର୍ଟିକୁ ପସନ୍ଦ କରନ୍ତି । ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ଅଟେ । ବିଜେପିର କେନ୍ଦ୍ର ସରକାର ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଯାଉଛନ୍ତି । ଗତ କିଛି ଦିନ ହେବ ଦିଲ୍ଲୀରେ କୌଣସି ବରିଷ୍ଠ ଅଧିକାରୀଙ୍କୁ ପୋଷ୍ଟିଂ ଦିଆଯାଉ ନାହିଁ । ଅନେକ ବିଭାଗ ଖାଲି ରହିଥିଲେ ସୁଦ୍ଧା କୌଣସି ଅଧିକାରୀଙ୍କୁ ସ୍ଥାନ ମିଳୁନାହିଁ । ସରକାର କାମ କରୁନଥିବା ନେଇ ଦିଲ୍ଲୀର ରାଜ୍ୟପାଳ ମଧ୍ୟ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖୁଛନ୍ତି ।

ବିନା କାରଣରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ହଟାଯାଉଛି । ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନେଇ ଏହା ପୂର୍ବ ପ୍ରସ୍ତୁତିର ସବୁଜ ସଙ୍କେତ ଅଟେ । ଆତିଶୀ ବିଜେପି ସରକାରକୁ ଟାର୍ଗେଟ କରି କହିଛନ୍ତି, ” ମୁଁ ବିଜେପିକୁ ଚେତାବନୀ ଦେଉଛି ଯେ, ରାଷ୍ଟ୍ରପତି ଶାସନ ଲାଗୁ କରାଇବା ଏକ ବେଆଇନ ଏବଂ ଅସାମ୍ବିଧାନିକ । ଏହା ଜନାଦେଶ ପାଇଁ ଅପମାନ ହେବ । କେଜ୍ରିୱାଲ ସରକାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ଦର୍ଶାଇଛନ୍ତି । ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇ ପାରିବ ନାହିଁ । ଦିଲ୍ଲୀ ମନ୍ତ୍ରୀ ଆତିଶୀ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ କରୁଥିବା କାର୍ଯ୍ୟକୁ ବିଜେପି ଡରୁଛି । କାରଣ ସେମାନେ କୌଣସି ରାଜ୍ୟରେ ଏଭଳି ନୀତି କାର୍ଯ୍ୟକାରୀ କରିପାରିବେ ନାହିଁ । ସେମାନଙ୍କ ପାଇଁ ସବୁଠୁ ବଡ ଡର ହେଉଛି ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ମହିଳାମାନଙ୍କୁ ହଜାରେ ଟଙ୍କା ଦେବାର ପ୍ରତିଶୃତି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇବା ପାଇଁ ଏହା ଏକ ପ୍ରକାର ଷଡଯନ୍ତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking