26.1 C
Bhubaneswar
Tuesday, September 17, 2024
Homeଓଡିଶାଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ସିଂହଦ୍ୱାର ରୂପା ଛାଉଣୀ

ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ସିଂହଦ୍ୱାର ରୂପା ଛାଉଣୀ

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ରୂପା ଛାଉଣୀ ଏବେ ଶେଷ ପର୍ଯ୍ୟାୟରେ । ଆଉ ଦୁଇ ଦିନ ଭିତରେ ସଂପୂର୍ଣ୍ଣ ରୂପା ଛାଉଣୀ କାର୍ଯ୍ୟ ସରିବ । କଡା ସୁରକ୍ଷା ମଧ୍ୟରେ ସିସିଟିଭି କ୍ୟାମେରା ବଳୟ ମଧ୍ୟରେ ଏହି ରୂପା ଛାଉଣୀ କାର୍ଯ୍ୟ କରାଯାଉଛି । ଆସନ୍ତା ଶନିବାର ଚତୁର୍ଦ୍ଧାମୂର୍ତ୍ତିଙ୍କର ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ । ସିଂହଦ୍ୱାରରେ ନୂତନ ଭାବେ ଝୁଲାଯାଇଥିବା ଷ୍ଟିଲ୍ ଫ୍ରେମ ଓ ବର୍ମାଟିକ କାଠ ଦ୍ୱାର ଉପରେ ରୁପାର ଚାଦର ଚଢ଼ାଇବା କାମରେ କାରିଗର ମାନେ ଦିନ ରାତି ଲାଗିଛନ୍ତି । ୬୦ ଖଣ୍ଡରୁ ଅଧିକ ରୁପା ଚାଦର ଲଗାଯାଉଛି ।

ନୂତନ ଷ୍ଟିଲ୍ ଫ୍ରେମ କବାଟ ଲାଗିବା ପରେ ସେଥିରେ ବର୍ମାଟିକ୍ କାଠ ଲଗା କାର୍ଯ୍ୟ ଶେଷ ହୋଇଛି । ସୋମବାର ମଧ୍ୟାହ୍ନରୁ ରୁପା ଚାଦର ଛାଉଣି କାମ ଆରମ୍ଭ ହୋଇଥିଲା । ପ୍ରାୟ ଏକ ମାସରୁ ଅଧିକ ହେବ ସିଂହଦ୍ୱାର ଲାଗି ରୁପାର ଚାଦରରେ କାରୁକାର୍ଯ୍ୟ କାମ ନିଳାଦ୍ରୀ ଭକ୍ତନିବାସ ପରିସରରେ ଚାଲିଥିଲା । ଦୁଇ କବାଟ ଲାଗି ୬୦ ଖଣ୍ଡରୁ ଅଧିକ ରୁପା ଚାଦର ତିଆରି ହୋଇଛି । ପ୍ରତ୍ୟେକ କବାଟରେ ୩୦ ଖଣ୍ଡରୁ ଅଧିକ ରୁପାଚାଦର ଲାଗିବ ବୋଲି ଜଣାଯାଇଛି ।

ରୁପା ଛାଉଣି ଲାଗି ନିର୍ମାଣ ହୋଇଥିବା ସ୍ଥାୟୀ କବାଟ ଝୁଲାଯିବା ପରେ ଏସବୁ ଛାଉଣି କାମ ଆରମ୍ଭ ହୋଇଛି । କବାଟର ଛାଞ୍ଚ ଅନୁଯାୟୀ ପୂର୍ବରୁ ରୁପାର ଚାଦର ତିଆରି କରାଯାଇ ସେଥିରେ କାରୁକାର୍ଯ୍ୟ କରାଯାଇଛି । ସେସବୁକୁ ଏବେ କେବଳ ଖଞ୍ଜାଯାଉଛି । ତେବେ ସିଂହଦ୍ୱାର ପ୍ରତି କବାଟରେ ପ୍ରାୟ ୨୫୦ କିଲୋଗ୍ରାମରୁ ଅଧିକ ଓଜନର ରୁପା ଛାଉଣି କରାଯିବ ।

କବାଟରେ ଛାଉଣି ହେଉଥିବା ରୁପା ଚାଦର ଆକାର ଭିନ୍ନ ଏବଂ ଓଜନ ମଧ୍ୟ ଅଲଗା ବୋଲି ଜଣାଯାଇଛି । ଏସବୁକୁ ମିଶାଇଲେ ସିଂହଦ୍ୱାର କବାଟର ଓଜନ ପ୍ରାୟ ୨୫୦୦ କିଲୋଗ୍ରାମ ହେବ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking