18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶରାଷ୍ଟ୍ରପତିଙ୍କର ଆଟହୋମ ବନ୍ଧୁ ମିଳନରେ ଓଡ଼ିଆ ଅତିଥି

ରାଷ୍ଟ୍ରପତିଙ୍କର ଆଟହୋମ ବନ୍ଧୁ ମିଳନରେ ଓଡ଼ିଆ ଅତିଥି

ନୂଆଦିଲ୍ଲୀ/ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର “ଆଟହୋମ”ବନ୍ଧୁ ମିଳନ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ଆସରରେ ବହୁ ମାନ୍ୟଗଣ୍ୟ ଓଡ଼ିଆ ଅତିଥି ଯୋଗ ଦେଇଥିଲେ। ସେଥି ମଧ୍ୟରେ କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭାରତର କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ୍ ଗିରିଶ ଚନ୍ଦ୍ର ମୂର୍ମୁ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ରାଷ୍ଟ୍ରପତିଙ୍କ ପ୍ରେସ ଅତିରିକ୍ତ ସଚିବ ବିଜୟ ନାୟକ,ରାଜ୍ୟସଭା ସାଂସଦ ସୋନାଲ ମାନସିଂହ, ବରିଷ୍ଠ ପ୍ରଶାସକ ସନ୍ଦୀପ ନାୟକ, ଏସ.ଏନ. ତ୍ରିପାଠୀ, ଶ୍ରୀମତୀ ସୁମିତ୍ରା ତ୍ରିପାଠୀ, ଓଡିଶୀ ନୃତ୍ୟାଙ୍ଗନା ଅଳ୍ପନା ନାୟକ, ରାଷ୍ଟ୍ରପତି ଭବନର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଜ୍ଞାନ ରଂଜନ ନନ୍ଦ, ଶ୍ରୀମତୀ ଜୟଶ୍ରୀ ନନ୍ଦ, ଗ୍ରୁପ କ୍ୟାପଟେନ ଦୀପକ କୁମାର ପୃଷ୍ଟି ଓ ଶ୍ରୀମତୀ ଜ୍ୟୋତ୍ସ୍ନା ପୃଷ୍ଟି ଅନ୍ତର୍ଭୁକ୍ତ ଥିଲେ।ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଭାରତୀୟ ପ୍ରେସ ଆସୋସିଏସନର ଅଧକ୍ଷ ଛାୟାକାନ୍ତ ନାୟକ, ୱାଲର୍ଡ଼ ଓଡ଼ିଶା ସୋସାଇଟି ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ମହିଳା ଶାଖା ର ଉପସଭାପତି ଓ ସାମ୍ବାଦିକ ରୀତା ପାତ୍ର, ପ୍ରମେୟର ଦିଲ୍ଲୀ ବ୍ୟୁରୋ ମୁଖ୍ୟ ନିଗମାନନ୍ଦ ପୃଷ୍ଟି, ଉଦୟ ଇଣ୍ଡିଆର ମୁଖ୍ୟ ସମ୍ପାଦକ ଦୀପକ ରଥ, ଓଟିଭିର ଦିଲ୍ଲୀ ବ୍ୟୁରୋ ମୁଖ୍ୟ ଶିବାନନ୍ଦ ରାଉତ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ବିଭୁଦତ୍ତ ପ୍ରଧାନ, ନିଉଜ୍ ୭ ର ଦିଲ୍ଲୀ ବ୍ୟୁରୋ ମୁଖ୍ୟ ସବନମ ଆଦେନୀ, ଜୟ ପ୍ରକାଶ ପାଣ୍ଡେ, ଓଡ଼ିଶାର ଡାଏରୀର ସମ୍ପାଦକ ରଶ୍ମି ରଂଜନ ପରିଡ଼ା, ଅର୍ଗସ ଟିଭିର ଦିଲ୍ଲୀ ବ୍ୟୁରୋ ମୁଖ୍ୟ ଗଗନ ବିଶ୍ଵାଳ, ନନ୍ଦିଘୋଷ ଟିଭିର ଦିଲ୍ଲୀ ବ୍ୟୁରୋ ମୁଖ୍ୟ ଲିପିକା ମହନ୍ତ, ଓଡ଼ିଶା ଏକ୍ସପ୍ରେସର ଦିଲ୍ଲୀ ଵ୍ୟୁରୋ ମୁଖ୍ୟ ସନ୍ତୋଷ ପ୍ରଧାନ ଓ ରମେଶ ପାଲ ପ୍ରମୁଖ ଉପସ୍ଥିତ ଥିଲେ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଗନ୍ତୁକ ମାନଙ୍କୁ ବ୍ୟକ୍ତିଗତ ଭାବେ ଶଙ୍ଖୁଳି ଥିଲେ। ସାମ୍ବାଦିକ ମାନଙ୍କର ଜୟ ଜଗନ୍ନାଥ ଧ୍ଵନିର ଉତ୍ତର ଦେଇ ସେ ବି ଜୟ ଜଗନ୍ନାଥ ଉଚ୍ଚାରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମ୍ବାଦିକମାନଙ୍କର ଜୟ ଜଗନ୍ନାଥ ଧ୍ଵନି ସହିତ ସ୍ୱାଗତ ସମ୍ଭାଷଣ କୁ ଆଦରରେ ଗ୍ରହଣ କରିଥିଲେ। ଅତିଥିମାନଙ୍କ ପାଇଁ ରାଷ୍ଟ୍ରପତି ଭବନର ପାକଶାଳରେ ପ୍ରସ୍ତୁତ ସ୍ୱାଦିଷ୍ଟ ବ୍ୟଞ୍ଜନ ଯଥା ବାଜରା କଚୋଡି, ନିରାମିଷ ପଫ, ପରିବା ପକୁଡି, ଗୁଲାବ ଗୁଲଖଣ୍ଡ ଲଡ଼ୁ, ନିରାମିଶ ପ୍ୟାଷ୍ଟ୍ରି, ନିରାମିଷ ବିରିୟାନି ଅନର୍ଚିନି, ଚା ଓ କଫି ଆଦି ପରଶା ଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking