20.1 C
Bhubaneswar
Wednesday, January 15, 2025
Homeଓଡିଶାମନ୍ତ୍ରୀ ମଣ୍ଡଳର ସମ୍ପତ୍ତି ତାଲିକା ପ୍ରକାଶ: ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୬୫କୋଟି

ମନ୍ତ୍ରୀ ମଣ୍ଡଳର ସମ୍ପତ୍ତି ତାଲିକା ପ୍ରକାଶ: ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୬୫କୋଟି

ସବୁଠାରୁ ଗରିବ ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ତାଙ୍କ ସଂପତ୍ତି ମୂଲ୍ୟ ୪୨ଲକ୍ଷ ଟଙ୍କା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ନବୀନ ସବୁଠାରୁ ଧନୀ ହୋଇଥିବା ବେଳେ ୨୦୨୨ ଡିସେମ୍ବର ସୁଦ୍ଧା ତାଙ୍କ ସଂପତ୍ତି (ସ୍ଥାବର, ଅସ୍ଥାବର)ର ମୂଲ୍ୟ ୬୫ କୋଟି ୪୦ ଲକ୍ଷ ୭୯ ହଜାର ୬୯୩ ଟଙ୍କା ରହିଛି । ୨୦୨୧ ଡିସେମ୍ବର ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୬୪କୋଟି ୯୭ଲକ୍ଷ ୮୯ହଜାର ୨୨୦ ଟଙ୍କା ଥିଲା । ମୁଖ୍ୟମନ୍ତ୍ରୀ ଦେଇଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ଦିଲ୍ଲୀର ଜନପଥରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ୭୦ ଲକ୍ଷ ୧୧ ହଜାର ଟଙ୍କା, ଦିଲ୍ଲୀ ସଂସଦ ଭବନ ଷ୍ଟେଟ ବ୍ୟାଙ୍କରେ ୧,୯୪୫ ଟଙ୍କା, ଭୁବନେଶ୍ୱରସ୍ଥିତ ଏସବିଆଇରେ ୨୦ଲକ୍ଷ ୮୭ହଜାର, ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଏସବିଆଇରେ ୭ ହଜାର ୨୬୭ ଟଙ୍କା ଓ ଅନ୍ୟ ଏକ ଆକାଉଣ୍ଟରେ ୧୪ହଜାର ୮୮୩ ଟଙ୍କା ଏବଂ ବରଗଡ ପଦ୍ମପୁର ବ୍ରାଞ୍ଚ ଷ୍ଟେଟ ବ୍ୟାଙ୍କରେ ୪୦ ହଜାର ୯୨ ଟଙ୍କା ରହିଛି । ସେହିପରି ଏଚଡିଏଫସି ବ୍ୟାଙ୍କରେ ୧ କୋଟି ଟଙ୍କାର ଏଫ୍ଡି ରହିଛି ।

୯କୋଟି ଟଙ୍କାର ଆରବିଆଇ ବଣ୍ଡ ଓ ପୋଷ୍ଟ ଅଫିସ୍ ୧କୋଟି ୫୦ ଲକ୍ଷ ଟଙ୍କାର ଟର୍ମ ଡିପୋଜିଟ୍ ରହିଛି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩,୪୯,୭୪୦ ଟଙ୍କାର ସୁନାଗହଣା ଥିବାବେଳେ ୧୯୮୦ ମସିହାର ଏକ ଆମ୍ବାସଡର କାର ଅଛି । ଯାହାର ବର୍ତମାନ ମୂଲ୍ୟ ୬୪୩୪ ଟଙ୍କା । ମୋଟ ୬୫ କୋଟି ଟଙ୍କାର ସଂପତ୍ତି ମଧ୍ୟରୁ ୫୨କୋଟିରୁ ଅଧିକ ପେ?ତୃକ ସଂପତ୍ତି ରହିଛି । ଭୁବନେଶ୍ୱରସ୍ଥିତ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଦୁଇ ତୃତୀୟାଂଶ ସେୟାର ଅଛି । ଯାହାର ମୂଲ୍ୟ ୯କୋଟି ୫୨ଲକ୍ଷ ୪୬ହଜାର ୧୯୦ ଟଙ୍କା । ଦିଲ୍ଲୀସ୍ଥିତ ଏପିଜେ ଅବଦୁଲ କଲାମ ରୋଡରେ ଥିବା ସଂପତ୍ତିରେ ନବୀନଙ୍କ ୫୦ ପ୍ରତିଶତ ସେୟାର ରହିଛି । ଯାହାର ବର୍ତମାନ ମୂଲ୍ୟ ୪୩କୋଟି ୩୬ଲକ୍ଷ ୧୮ହଜାର ଟଙ୍କା ହେବ ।

ଦକ୍ଷତା ବିକାଶ ଓ ବୌଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ମୂଲ୍ୟ ପ୍ରାୟ ୬କୋଟିରୁ ଅଧିକ । ତାଙ୍କ ପାଖରେ କାର୍ ନ ଥିବାବେଳେ ସାଢ଼େ ୩ଲକ୍ଷ ଟଙ୍କାର ଅଳଙ୍କାର ଅଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ କୋଟିପତି । ତାଙ୍କ ପାଖରେ ୩ଟି କାର୍ ଅଛି । ଖାଦ୍ୟ ଯେଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ କୋଟିପତି ତାଲିକାରେ ଅଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୨ କୋଟି ୮୯ ଲକ୍ଷ ଲଙ୍କା । ସେହିଭଳି ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କର ସମ୍ପତ୍ତି ମୂଲ୍ୟ ୬ କୋଟିରୁ ଉର୍ଦ୍ଧ୍ୱ । ପୂର୍ବପରି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସବୁଠାରୁ ଗରିବ ହେଉଛନ୍ତି ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ତାଙ୍କ ମୋଟ ସଂପତ୍ତି ମୂଲ୍ୟ ୪୨ଲକ୍ଷ ଟଙ୍କା । ତାଙ୍କ ନିକଟରେ କୌଣସି କାରନ ଥିବା ବେଳେ ଅଢ଼େଇ ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଛି । ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସଂପତ୍ତି ମୂଲ୍ୟ ୭୦ଲକ୍ଷରୁ ଅଧିକ । ତାଙ୍କ ପାଖରେ ୨୧ଲକ୍ଷ ଟଙ୍କା ମୂଲ୍ୟର ଇନୋଭା କାର ଓ ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଥିବା ସେ ଦର୍ଶାଇଛନ୍ତି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ସଂପତ୍ତି ମୂଲ୍ୟ ଦେଢ଼ କୋଟିରୁ ଅଧିକ ରହିଛି । ଏଥିରେ ୧.୧୦କୋଟି ମୂଲ୍ୟର ପୈତୃକ ସଂପତ୍ତି ସହିତ ୯ଲକ୍ଷ ଟଙ୍କାର ଅଳଙ୍କାର, ୨ଟି ଗାଡ଼ି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking