ନୂଆଦିଲ୍ଲୀ: ଆଜି ସକାଳୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣନା ଚାଲିଛି। ସଦ୍ୟତମ ସୂଚନା ଅନୁସାରେ, ଗୁଜରାଟରେ ‘ବିଜେପି’ ୧୪୧ଟି ଆସନରେ ଆଗୁଆ ରହି ତା’ର ସ୍ଥିତି ସୁଦୃଢ଼ କରିଥିବା ବେଳେ କଂଗ୍ରେସ ୨୮ଟି ଓ ‘ଆପ୍’ ୧୦ଟି ଆସନରେ ଆଗୁଆ ରହିଛି। ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ, ପ୍ରତ୍ୟେକ ବିଦ୍ରୋହୀ ଆସନରେ ସମ୍ପ୍ରତି ‘ବିଜେପି’ ଆଗୁଆ ରହିଛି। ସେହିପରି, ପ୍ରାଥମିକ ଟ୍ରେଣ୍ଡ୍ ଅନୁସାରେ, କଟରଗାମ୍ ଓ ବରଚ୍ଛା ରୋଡ୍ ଆସନରେ ‘ଆପ୍’ ପ୍ରାର୍ଥୀମାନେ ‘ବିଜେପି’ ପ୍ରାର୍ଥୀମାନଙ୍କଠାରୁ ପଛରେ ଅଛନ୍ତି। ଏହି ଆସନ ସବୁ ପଟିଦାର ଭୋଟର୍ମାନଙ୍କର। ଏହାଛଡ଼ା, ନରୋଦା ଓ ଗୋଧ୍ରାରେ ମଧ୍ୟ ‘ବିଜେପି’ ଆଗୁଆ ରହିଛି। ସେପଟେ, ହିମାଚଳ ପ୍ରଦେଶରେ ଉଭୟ ‘ବିଜେପି’ ଓ ‘କଂଗ୍ରେସ’ ଅର୍ଦ୍ଧେକ ପର୍ଯ୍ୟନ୍ତ ଅଗ୍ରସର ହୋଇଛନ୍ତି। ‘ବିଜେପି’ ‘କଂଗ୍ରେସ’ ଠାରୁ ଆଗୁଆ ଥିବା ବେଳେ ‘ଆପ୍’ କୌଣସି ଆସନରେ ଆଗୁଆ ନାହିଁ। ସଦ୍ୟତମ ସୂଚନା ଅନୁସାରେ, ‘ବିଜେପି’ ୩୪ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୧ଟି ଆସନରେ ଆଗୁଆ ଅଛି।