ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ, ତାଙ୍କ ଦଳର ପୂର୍ବ ନେତା (ଯିଏ ଏବେ ବିଜେପିରେ ସାମିଲ) ଙ୍କୁ କଲ୍ କରିବା ଅପରାଧ ନୁହେଁ । ତାଙ୍କୁ ଦୋଷୀ କହିବା ଉଚିତ୍ । ସେ ଭରଷା ଭାଙ୍ଗିଛନ୍ତି ଏବଂ କଥାବାର୍ତ୍ତା ଲିକ୍ କରିଛନ୍ତି । କଥାବାର୍ତ୍ତା ପ୍ରାଲୟ ପାଲଙ୍କ ସହ ହୋଇଥିଲା । ଟିଏମସି ପ୍ରଥମେ ଏହାକୁ ମନା କରୁଥିଲା । ହେଲେ ପରେ କହିଥିଲା, ବାସ୍ତବରେ କଥାବାର୍ତ୍ତା ହୋଇଥିଲା । ‘ହଁ ମୁଁ ନନ୍ଦୀଗ୍ରାମରେ ଭାଜପା ନେତାଙ୍କୁ ଫୋନ କରିଥିଲି । ମୋତେ ଏହା ଫିଡବ୍ୟାକ ମିଳିଥିଲା ଯେ, ମୋ ସହ କିଏ କଥା ହେବା ପାଇଁ ଚାହୁଁଛନ୍ତି । ସେଥିପାଇଁ ମୁଁ ନମ୍ବର ଆଣିବା ପରେ ତାଙ୍କ ସହିତ କଥା ହୋଇଥିଲି । ମୁଁ ତାଙ୍କୁ କହିଥିଲି ଯେ, ଭଲରେ ରୁହ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅ । ମୋର ଅପରାଧ କଣ’ । ନନ୍ଦୀଗ୍ରାମରେ ପ୍ରଚାର ଶେଷ ହେବା ପରେ ମମତା ବାନାର୍ଜୀ ଏମିତି କହିଥିଲେ ।
ଏହାସହ ସେ କହିଥିଲେ, ‘ନିର୍ବାଚନ କ୍ଷେତ୍ରରେ ପ୍ରାର୍ଥୀ ଭାବେ ଛିଡା ହୋଇଥିବାରୁ ମତଦାତାଙ୍କ ସାହାଯ୍ୟ ନେଇପାରିବି । କାହାକୁ ବି କଲ୍ କରିପାରିବି । ଏଥିରେ କିଛି ଖରାପ ନାହିଁ । ଏହା କିଛି ଅପରାଧ ନୁହେଁ । ହେଲେ ଯଦି କିଏ କଥାକୁ ଲିକ୍ କରୁଛି, ତେବେ ସେଇଟା ହେଲା ଅପରାଧ । ମୁଁ ବିରୋଧରେ ନୁହେଁ ବରଂ ସେହି ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍, ଯିଏ ଏହାକୁ ଲିକ୍ କରିଛି’ । ଏହି ଅଡିଓ କ୍ଲିପ ଶନିବାର ଲିକ୍ ହୋଇଛି ।
ଅଡିଓରେ ମମତା ବାନାର୍ଜୀ ପାଲଙ୍କୁ କହୁଛନ୍ତି, ‘ତୁମେ ନନ୍ଦୀଗ୍ରାମରେ ଆମର ସାହାଯ୍ୟ କରିବା ଦରକାର । ଦେଖ, ମୁଁ ଜାଣିଛି ତମର କିଛି ଅଭିଯୋଗ ରହିଛି । ହେଲେ ଏହା ବେଶିମାତ୍ରାରେ ଅଧିକାରୀଙ୍କ କାରଣ ପାଇଁ, ଯିଏ ମୋତେ କେବେ ବି ନନ୍ଦୀଗ୍ରାମ କିମ୍ବା ପୂର୍ବ ମେଦିନିପୁର ଆସିବା ପାଇଁ ଦେଇନାହାନ୍ତି । ମୁଁ ଏବେଠୁ ସବୁକିଛି ସମ୍ଭାଳି ନେବି’ ।