27.8 C
Bhubaneswar
Wednesday, March 26, 2025
Homeଓଡିଶାସାକ୍ଷୀଗୋପାଳ ମନ୍ଦିରର ବରିଷ୍ଠ ସେବାୟତଙ୍କୁ ଆକ୍ରମଣ

ସାକ୍ଷୀଗୋପାଳ ମନ୍ଦିରର ବରିଷ୍ଠ ସେବାୟତଙ୍କୁ ଆକ୍ରମଣ

ପୁରୀ : ପୁରୀ ସାକ୍ଷୀଗୋପାଳ ମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। କିଶୋରଙ୍କ ମୁହଁ, ଓଠରେ କ୍ଷତ ହୋଇଥିବା ବେଳେ ଛାତିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ସତ୍ୟବାଦୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାଇ , ଗତକାଲି ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ବୈଠକ ବସିଥିଲା। ଅଣସେବାୟତ କିଭଳି ଭାବରେ ମନ୍ଦିରରେ ସେବାୟତ ଭାବରେ ସେବା ପୂଜା କରୁଛନ୍ତି ଯାହାକୁ ନେଇ ଆପତ୍ତି ଉଠିଥିଲା। କିଶୋର ବୈଠକରେ ଏହି ଅଭିଯୋଗ କରିଥିଲେ। ଏହି କଥାକୁ ନେଇ ବଚସା ହୋଇଥିଲା। ପରେ ସେବାୟତ କୃଷ୍ଣଚନ୍ଦ୍ର ମହାପାତ୍ର ଓ ତାଙ୍କ ଭାଇ କୀର୍ତ୍ତି ରଞ୍ଜନ ମହାପାତ୍ର କିଶୋରଙ୍କ ଉପରେ ଆକ୍ରମଣ କରିଥିଲେ। ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ଦୁଇ ଜଣ କିଶୋରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସତ୍ୟବାଦୀ ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣାରୁ ପୁଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking