26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଆସାମର ୧୩ ଜିଲ୍ଲାରେ ବନ୍ୟା, ୩୮ ହଜାର ପ୍ରଭାବିତ

ଆସାମର ୧୩ ଜିଲ୍ଲାରେ ବନ୍ୟା, ୩୮ ହଜାର ପ୍ରଭାବିତ

ଗୁଆହାଟୀ : ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ, ଆମାସ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଏବଂ ସିକ୍କିମ୍‌ରେ ଭୀଷଣ ବର୍ଷା ଲାଗି ରହିଛି । ଫଳରେ ଆସାମରେ ଗୁରୁତର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ଚାଲିଛି । ଜୋରହାଟ ଜିଲ୍ଲାର ନିମତିଘାଟରେ ବ୍ରହ୍ମପୁତ୍ର ବିପଦ ସଙ୍କେତ ଉପରେ ଥିବାବେଳେ କାମପୁରରେ କୋପିଲି ଓ କାମରୁପ ଜିଲ୍ଲାର ପୁଥିମାରିରେ ମଧ୍ୟ ନଦୀଗୁଡ଼ିକରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ଚାଲିଛି ।

ରାଜ୍ୟର ୧୩ ଜିଲ୍ଲାରେ ୩୮ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି । କେବଳ ଲଖୀମପୁର ଜିଲ୍ଲାରେ ୨୫,୨୭୫ ଲୋକ ପ୍ରଭାବିତ ହୋଇଛନ୍ତି । ଦିବ୍ରୁଗଡ଼ରେ ୩୮୫୭, ବିଶ୍ୱନାଥ ଜିଲ୍ଲାରେ ୩୬୩୧ ଜଣ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ସେହିପରି ଶନିବାର ଗୁଆହାଟୀର ଧୀରେନ୍‌ପାରା ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ସିକ୍କିମ୍‌ର ତିନିଟି ଜିଲ୍ଲାରେ ମଧ୍ୟ ବର୍ଷା ହେବାରେ ଲାଗିଛି । ଚୁଙ୍ଗ୍‌ଥାଙ୍ଗ୍‌ରେ ଶୁକ୍ରବାର ଭୂସ୍ଖଳନ ହେବା କାରଣରୁ ଜାତୀୟ ରାଜପଥ ବୋହିଯାଇଥିଲା । ଏହାପରେ ଏଠାରେ ଫସି ରହିଥିବା ୩୫୦୦ ପର୍ଯ୍ୟଟକଙ୍କୁ ସେନା ଉଦ୍ଧାର କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking