31.1 C
Bhubaneswar
Thursday, May 29, 2025
Homeଖେଳଏସୀୟ କ୍ରୀଡ଼ା ୨୦୨୩: ବନ୍ଧୁକ ଚାଳନା ଓ ନୌଚାଳନାରେ ରୌପ୍ୟ ପଦକ ଜିଣିଲା ଭାରତ

ଏସୀୟ କ୍ରୀଡ଼ା ୨୦୨୩: ବନ୍ଧୁକ ଚାଳନା ଓ ନୌଚାଳନାରେ ରୌପ୍ୟ ପଦକ ଜିଣିଲା ଭାରତ

ହାଙ୍ଗ୍‌ଚୌ: ଆଜି ଚୀନ୍‌ର ହାଙ୍ଗ୍‌ଚୌରେ ଆରମ୍ଭ ହୋଇଥିବା ୧୯ତମ ଏସୀୟ କ୍ରୀଡ଼ାର ପ୍ରଥମ ଦିବସରେ ଭାରତ ବନ୍ଧୁକ ଚାଳନା ଓ ନୌଚାଳନାରେ ରୌପ୍ୟ ପଦକ ଜିଣିଥିବା ‘ଏକ୍ସ’ କରି ‘ଟିମ୍‌ ଇଣ୍ଡିଆ’ ସୂଚନା ଦେଇଛି। ଆଜିର ଏହି ଏସୀୟ କ୍ରୀଡ଼ା ୨୦୨୩ରେ ଭାରତ ପାଇଁ ପ୍ରଥମ ପଦକ ବିଜୟୀ ‌ହୋଇଛନ୍ତି ଏୟାର୍‌ ରାଇଫଲ୍‌ ଟିମ୍। ସୁଟିଙ୍ଗ୍‌ ବା ବନ୍ଧୁକ ଚାଳନାରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ୧୦ ମିଟର୍‌ ଏୟାର୍‌ ରାଇଫଲ୍‌ ଚାଳନା ପ୍ରତିଯୋଗିତାରେ ଭାରତର ରମିତା, ମେହୁଲି ଘୋଷ ଏବଂ ଆଶୀ ଚୌକ୍‌ସେ ସମୁଦାୟ ୧୮୮୬ ସ୍କୋର୍‌ କରି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଏହି ପ୍ର‌ତିଯୋଗିତାରେ ୧୮୯୬.୬ ସ୍କୋର୍‌ କରି ଆୟୋଜକ ଚୀନ୍‌ ସ୍ବର୍ଣ୍ଣ ପଦକ ବିଜୟୀ ‌ହୋଇଥିବା ବଳେ ୧୮୮୦ ସ୍କୋର୍‌ କରି ମଙ୍ଗୋଲିଆ କାଂସ୍ୟ ପଦକ ହାସଲ କରିଛି।

ସେହିପରି, ନୌଚାଳନାରେ ଭାରତର ଅର୍ଜୁନ ଲାଲ୍‌ ଜାଟ୍‌ ଓ ଅରବିନ୍ଦ ସିଂହ ଯୋଡ଼ି ‘ଲାଇଟ୍‌ୱେଟ୍‌ ମେନ୍‌ସ୍‌ ଡବଲ୍‌ ସ୍କଲ୍‌’ରେ ୬:୨୮.୧୮ ସେକେଣ୍ଡ୍‌ ସମୟସୀମାରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ମଧ୍ୟ ଚୀନ୍‌ ସ୍ବର୍ଣ୍ଣପଦକ ବିଜୟୀ ହୋଇଛି। ଚୀନ୍‌ ପ୍ରତିଯୋଗୀମାନେ ୬:୨୩.୧୬ ସେକେଣ୍ଡ୍‌ ସମୟସୀମାରେ ନୌଚାଳନା କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବ‌େଳେ ୬:୩୩.୪୨ ସେକେଣ୍ଡ୍‌ ସମୟସୀମାରେ ତୃତୀୟ ସ୍ଥାନରେ ରହି ଉଜ୍‌ବେକିସ୍ତାନ କାଂସ୍ୟ ପଦକ ହାସଲ କରିଛି। ବିଜୟୀ ଭାରତୀୟମାନଙ୍କୁ ‘ଟିମ୍‌ ଇଣ୍ଡିଆ’ ‘ଏକ୍ସ୍‌’ କରି ଅଭିନନ୍ଦନ ଜଣାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking