ହାଙ୍ଗଚୌ: ହାଙ୍ଗଝୌ ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ । ପୁଣି ସୁଟିଂ ଟିମ୍ କରିଛି ଗୌରବାନ୍ବିତ । ୫୦ ମିଟର ପୁରୁଷ ରାଇଫଲ ଥ୍ରି ପୋଜିସନ୍ ଟିମ୍ ଇଭେଣ୍ଟରେ ଭାରତକୁ ଏହି ସଫଳତା ମିଳିଛି । ଆଜି ଷଷ୍ଠ ଦିବସରେ ଐଶ୍ବର୍ଯ୍ୟ ପ୍ରତାପ ସିଂହ ତୋମର, କୁଶଲେ ସ୍ବପ୍ନିଲ ଏବଂ ଅଖିଲ ସେଓରାନଙ୍କ ଟିମ୍ ମୋଟ ୧୭୬୯ ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି ।
ସେହିଭଳି ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି । ୧୮ ବର୍ଷୀୟ ଇସା ସିଂହ ପଲକ ଓ ଦିବ୍ୟାଙ୍କୁ ନେଇ ଗଠିତ ଭାରତୀୟ ଟିମ୍ ଦ୍ବିତୀୟ ହୋଇ ରୌପ୍ୟ ପଦକ ହାସଲ କରିଛି । ଫଳରେ ଏସିଆନ ଗେମ୍ସରେ ରେକର୍ଡ଼ ସଂଖ୍ୟକ ୧୬ଟି ପଦକ ଜିତିଛି ଭାରତୀୟ ସୁଟିଂ ଟିମ୍ । ଏଥିସହ ୭ଟି ସ୍ବର୍ଣ୍ଣ, ୯ ରୌପ୍ୟ,୧୧ ବ୍ରୋଞ୍ଜ ସହ ଭାରତକୁ ୨୭ ପଦକ ମିଳିଛି। ୨୭ ପଦକ ସହ ଚତୁର୍ଥ ସ୍ଥାନରେ ରହିଛି ଭାରତ।