28.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଏସିଆ କପ୍ ଷ୍ଟେଜ୍‌-୨; ୪ ପଦକ ପକ୍କାକଲେ ଭାରତୀୟ ଆର୍ଚର୍‌

ଏସିଆ କପ୍ ଷ୍ଟେଜ୍‌-୨; ୪ ପଦକ ପକ୍କାକଲେ ଭାରତୀୟ ଆର୍ଚର୍‌

ନୂଆଦିଲ୍ଲୀ : ଭାରତୀୟ ଆର୍ଚର୍‌ମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ଉଜ୍‌ବେକିସ୍ତାନର ତାସ୍‌କେଣ୍ଟ୍‌ରେ ଚାଲିଥିବା ଏସିଆ କପ୍ ଷ୍ଟେଜ୍‌-୨ ବିଶ୍ୱ ର‌୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ୍‌ରେ ରିକର୍ଭ ଏବଂ କମ୍ପାଉଣ୍ଡ୍ ବିଭାଗର ସମସ୍ତ ଚାରିଟି ଟିମ୍ ଇଭେଣ୍ଟ୍‌ର ଫାଇନାଲ୍‌ରେ ପ୍ରବେଶ ସହ ମଙ୍ଗଳବାର ପଦକ ପକ୍କା କରିଛନ୍ତି । ମୃଣାଳ ଚୌହାନ୍‌, ତୁଷାଷ ଶେଲ୍‌କେ ଏବଂ ଜୟନ୍ତ ତାଲୁକଦାରଙ୍କ ଟପ୍ ସିଡ୍ ଭାରତୀୟ ପୁରୁଷ ରିକର୍ଭ ଟିମ୍ ମଙ୍ଗଳବାର ଅନୁଷ୍ଠିତ ସେମିଫାଇନାଲ୍‌ରେ ଆୟୋଜକ ଉଜ୍‌ବେକିସ୍ତାନର ଜେନ୍ ୟାଓ ୟୁ, ମିର୍‌ଜାଲୋଲ୍ କାରୋରୋଭ୍ ଓ ଅମିରଖାନ୍ ସାଦିକୋଭଙ୍କ ଟିମ୍‌କୁ ୬-୦ (୫୬-୫୪, ୫୭-୫୪, ୫୬-୫୩)ରେ ହରାଇ ଦେଇଛି ।

ଶୁକ୍ରବାରର ସ୍ୱର୍ଣ୍ଣ ପଦକ ମ୍ୟାଚ୍‌ରେ ଭାରତୀୟ ଟିମ୍ ଚୀନ୍‌କୁ ଭେଟିବ । କ୍ୱାର୍ଟର ଫାଇନାଲ୍‌ରେ ସାଉଦି ଆରବକୁ ୬-୦ରେ ହରାଇଥିବା ସଙ୍ଗୀତା, ପ୍ରାଚୀ ସିଂହ ଓ ତନୀଷା ବର୍ମାଙ୍କ ମହିଳା ରିକର୍ଭ ଟିମ୍ ସଂଘର୍ଷପୂର୍ଣ୍ଣ ଟାଇବ୍ରେକର୍‌ରେ ଉଜ୍‌ବେକିସ୍ତାନ ବିପକ୍ଷରେ ୫-୪ (୫୩-୫୪, ୫୬-୪୯, ୫୨-୫୦, ୫୨-୫୪, ୨୬³-୨୬)ରେ ବିଜୟୀ ହୋଇ ଫାଇନାଲ୍‌ରେ ପ୍ରବେଶ କରିଛି । ଟିମ୍ ଫାଇନାଲ୍‌ରେ ଚୀନ୍‌କୁ ଭେଟିବ ।

ଅନ୍ୟପକ୍ଷରେ ପୁରୁଷ କମ୍ପାଉଣ୍ଡ୍‌ର କ୍ୱାର୍ଟର୍ ଫାଇନାଲ୍‌ରେ ବାଇ ପାଇଥିବା ଅଭିଶେକ ବର୍ମା, କୁଶାଳ ଦାସ ଓ ଅମିତଙ୍କ ଟପ୍ ସିଡ୍ ଭାରତୀୟ ଟିମ୍ ସାଉଦି ଆରବକୁ ୨୩୬-୨୨୧ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି । ଟିମ୍ ଶୁକ୍ରବାରର ଫାଇନାଲ୍‌ରେ ହଂକଂକୁ ଭେଟିବ । ସେହିପରି କ୍ୱାଲିଫିକେସନ୍ ରାଉଣ୍ଡ୍ ଟପ୍‌ରେ ଥିବା ପରନୀତି କୌର୍‌, ପ୍ରଗତି ଓ ରାଗିନୀ ମାର୍କୋଙ୍କ ଭାରତୀୟ ମହିଳା କମ୍ପାଉଣ୍ଡ୍ ଟିମ୍ ସ୍ୱର୍ଣ୍ଣ ପଦକ ମ୍ୟାଚ୍‌ରେ ହଂକଂକୁ ଭେଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking