ନୂଆଦିଲ୍ଲୀ: ଇଂଲଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟର ଚତୁର୍ଥ ଦିନ ଦ୍ୱିତୀୟ ପାଳିରେ ୧୭୮ ରନ ବନାଇ ଭାରତକୁ ୪୨୦ ରନ ଟାର୍ଗେଟ ଦେଇଛି । ଚେନ୍ନାଇ ଟେଷ୍ଟରେ ଭାରତକୁ ୪୨୦ ରନ ର ଟାର୍ଗେଟ ଦେଇଛି ଇଂଲଣ୍ଡ । ଦ୍ୱିତୀୟ ଇନିଂସରେ ମାତ୍ର ୧୭୮ ରେ ଅଲଆଉଟ ହୋଇଯାଇଛି ଇଂଲଣ୍ଡ । ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୬ଟି, ସାହାବାଜ ନଦିମଙ୍କୁ ୨ଟି ୱିକେଟ ମିଳିଛି । ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋ ରୁଟ ୪୦ ରନ କରିଥିବା ବେଳେ ଓଲି ପୋପ ୨୮ ରନ କରିଥିଲେ । ସେହିଭଳି ଭାରତରୁ ରବିଚନ୍ଦ୍ରନ ଅଶ୍ୱିନୀ ୬ ୱିକେଟ ହାସଲ କରିଥିଲେ । ଅଶ୍ୱିନୀଙ୍କର ଏହା ହେଉଛି ୭୫ ତମ ଟେଷ୍ଟ ମ୍ୟାଚ । ଟେଷ୍ଟ କ୍ରିକେଟରେ ଅଶ୍ୱିନ ୭୫ ଟି ଟେଷ୍ଟ ମ୍ୟାଚରେ ସର୍ବାଧିକ ୱିକେଟ୍ ନେଇ ବିଶ୍ୱର ଦ୍ୱିତୀୟ ବୋଲର ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁରଲୀଧରନ୍ ହେଉଛନ୍ତି ପ୍ରଥମ ଯିଏକି ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ୭୫ ତମ ଟେଷ୍ଟ ପର୍ଯ୍ୟନ୍ତ ମୋଟ ୪୨୦ ୱିକେଟ୍ ନେଇଛନ୍ତି । ଅଶ୍ୱିନ୍ ତାଙ୍କର ୭୫ ଟେଷ୍ଟରେ ୩୮୬ ୱିକେଟ୍ ନେଇଛନ୍ତି। ଅଶ୍ୱିନ୍ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡାଲ୍ ଷ୍ଟେନ୍, ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ରିଚାର୍ଡ ହେଡଲି ଏବଂ ଗ୍ଲେନ୍ ମ୍ୟାକଗ୍ରାଥଙ୍କ ରେକର୍ଡ ଭାଙ୍ଗିଛନ୍ତି ।