38.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଉତ୍ତରାଖଣ୍ଡ ବିପର୍ଯ୍ୟୟ: ୧୯ ମୃତଦେହ ଉଦ୍ଧାର, ୨୦୨ ରୁ ଅଧିକ ନିଖୋଜ

ଉତ୍ତରାଖଣ୍ଡ ବିପର୍ଯ୍ୟୟ: ୧୯ ମୃତଦେହ ଉଦ୍ଧାର, ୨୦୨ ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ  ବିପର୍ଯ୍ୟୟ ଗ୍ଲେସିୟର ଭାଙ୍ଗି ହୋଇନଥିବା ନେଇ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି  । ଏହି ଅଞ୍ଚଳରେ ଗ୍ଲେସିୟର ଭାଙ୍ଗି ନାହିଁ , ବିପୁଳ ପରିମାଣର ବରଫ ତରଳିବା ଦ୍ୱାରା ଏହି ବିପର୍ଯ୍ୟୟ ଘଟିଛି । ଆଜି ଅନୁଷ୍ଠିତ ବୈଠକରେ ଇସ୍ରୋ ବୈଜ୍ଞାନିକମାନେ ଉପଗ୍ରହ ଚିତ୍ରରୁ ସ୍ପଷ୍ଟ କରିଛନ୍ତି ଯେ ଏହି ବିପର୍ଯ୍ୟୟ ଗ୍ଲେସିୟର ଭାଙ୍ଗିବା ଯୋଗୁଁ ହୋଇନାହିଁ । ତାପମାତ୍ରା ବଢିବା ସହିତ ବରଫ ତରଳିବା ଫଳରେ ଏହି ଅଘଟଣ ଘଟିଛି । ରବିବାର ଦିନ ଉତ୍ତରାଖଣ୍ଡର ଚାମୋଲିରେ ଯେଉଁ ବଡ଼ ଦୁର୍ଘଟଣା ଘଟିଲା ତାହା ଗ୍ଲେସିୟର ଭାଙ୍ଗିବା କାରଣରୁ ହୋଇଛି ବୋଲି କୁହାଯାଉଥିଲା । କିନ୍ତୁ  ଗ୍ଲେସିୟର ଭାଙ୍ଗି ଏପରି ହୋଇନଥିବା ସ୍ପଷ୍ଟ କରିଛନ୍ତି ଇସ୍ରୋ ବୈଜ୍ଞାନିକ  । ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଚାମୋଲି ଜିଲ୍ଲା ପୋଲିସ ଏପର୍ଯ୍ୟନ୍ତ ୧୯ ଟି ମୃତଦେହ ଉଦ୍ଧାର କରିଛି । ୨୦୨ ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି । ରାତିରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । କ୍ଷୟକ୍ଷତି ଆକଳନ ଜାରି ରହିଛି  । ସକାଳ ଚାରିଟାରୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଟନେଲ ନିକଟରୁ ଆବର୍ଜନା ହଟାଯାଉଛି  । ଅନେକ ଲୋକ ସେମାନଙ୍କ ଭିତରେ ଫସି ରହିଛନ୍ତି ବୋଲି ଅନୁମାନ କରାଯାଉଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି । ରାଜ୍ୟ ସରକାର ୪ଲକ୍ଷ ଏବଂ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking