23.1 C
Bhubaneswar
Sunday, May 12, 2024
Homeଅପରାଧଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦଶକଙ୍କୁ ଟାର୍ଗେଟ କଲେ ଆଶା ପାରେଖ

ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦଶକଙ୍କୁ ଟାର୍ଗେଟ କଲେ ଆଶା ପାରେଖ

ନୂଆଦିଲ୍ଲୀ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ସିନେମା ‘ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିଲା । ଏହାସହ ସିନେମାଟି ବକ୍ସ ଅଫିସରୁ ଭଲ କଲେକସନ ମଧ୍ୟ କରିଥିଲା । ଏହି ସିନେମାରେ ବିଶେଷ ଭାବେ କାଶ୍ମୀର ପଣ୍ଡିତଙ୍କ ଦୁଃଖ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏବେ ବରିଷ୍ଠ ଅଭିନେତ୍ରୀ ଆଶା ପାରେଖ ବିବେକ ଅଗ୍ନିହୋତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ବିବେକ ଏହି ସିନେମାରୁ ଯାହା ରୋଜଗାର କରିଛନ୍ତି ତା ମଧ୍ୟରୁ କାଶ୍ମୀରରେ ଯେଉଁ ହିନ୍ଦୁ ଭାଇମାନେ ବିଜୁଳି ଓ ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ କିଛି ଅର୍ଥ କାହିଁକି ସହାୟତା କଲେ ନାହିଁ ।
ଆଶା ପାରେଖ ‘ଦ କାଶ୍ମୀର ଫାଇଲ୍ସ’ ସିନେମାକୁ ନେଇ କହିଥିଲେ କି ମୁଁ ଏକ ବିବାଦୀୟ ସିନେମା ଦେଖିନାହିଁ । ଯଦି ଲୋକଙ୍କର ପସନ୍ଦ ତେବେ ଲୋକ ଏହାକୁ ଦେଖିବା ଦରକାର । ବିବେକ ଅଗ୍ନିହୋତ୍ରୀ ଏହି ସିନେମା ମାଧ୍ୟମରେ ୪୦୦ କୋଟି ଟଙ୍କା ରୋଜଗାର କରିଛନ୍ତି । ହେଲେ ସେହି ରୋଜଗାରରୁ ସେ ଜାମ୍ମୁ-କାଶ୍ମୀରରେ ରହୁଥିବା ହିନ୍ଦୁ, ଯାହାଙ୍କ ପାଖରେ ପାଣିର ସୁବିଧା ନାହିଁ କି ବିଜୁଳିର ସୁବିଧା ନାହିଁ ସେମାନଙ୍କୁ କାହିଁକି ସେ କିଛି ଟଙ୍କା ଦେଲେ ନାହିଁ । ସର୍ବନିମ୍ନ ୫୦ କୋଟି ଟଙ୍କାର ସହାୟତା କାହିଁକି କଲେ ନାହିଁ ବୋଲି ଆଶା ପାରେଖ ବିବେକ ଅଗ୍ନିହୋତ୍ରୀଙ୍କୁ ଟାର୍ଗେଟ୍ କରି ଏଭଳି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking