29.1 C
Bhubaneswar
Wednesday, May 22, 2024
Homeଓଡିଶାମାର୍କେଟ ରାସ୍ତାରେ କୃତିମ ଟ୍ରାଫିକ ସମସ୍ୟା !

ମାର୍କେଟ ରାସ୍ତାରେ କୃତିମ ଟ୍ରାଫିକ ସମସ୍ୟା !

ରାଉରକେଲା: ନୂଆବର୍ଷ ଆସିବାର ୩ ମାସ ହେଲାଣି, ହେଲେ ପୁରୁଣା ବର୍ଷର କୃତିମ ଟ୍ରାଫିକ ସମସ୍ୟାରେ ଦହଗଂଜ ହେଉଛନ୍ତି ଲୋକେ ।  ସଂଧ୍ୟା ସମୟରେ ରାସ୍ତାରେ ଟ୍ରାଫିକ ସମସ୍ୟା ଜଟିଳରୁ ଜଟିଳତର ରୂପ ଧାରଣ କରୁଛି । ପ୍ରକାଶ ଥାଉକି, ଦକ୍ଷିଣ ରାଉରକେଲାର ଅନ୍ୟତମ ପ୍ରମୁଖ ବଜାର ହେଉଛି ସାରନଗରୀ ସ୍ଥିତ ପୂର୍ଣ୍ଣାନନ୍ଦ ମାର୍କେଟ । ଏହି ମାର୍କେଟ ଉପରେ ଫର୍ଟିଲାଇଜର ଟାଉନସିପ ସମେତ ଆଖପାଖ କଲୋନୀର ବାସିନ୍ଦା ମାନେ ନିତ୍ୟ ବ୍ୟବହାଯ୍ୟ ଜିନିଷ ପାଇଁ ଏହି ମାର୍କେଟ ଉପରେ ନିର୍ଭର କରିଥାନ୍ତି । ସକାଳ ବେଳା ସାରନଗରୀ ସୁପର ମାର୍କେଟରେ ପରିବା ବଜାର ଓ ଆମିଷ ବଜାର ବସୁଥିବା ବେଳେ, ପ୍ରତିଦିନ ସଂଧ୍ୟାରେ ପୂର୍ଣ୍ଣାନନ୍ଦ ମାର୍କେଟରେ ପରିବା ବଜାର ବସିଥାଏ । ପରିବା କ୍ରୟ କରିବାକୁ ଲୋକ ମାନେ ଆସିବା ସମୟରେ ସେମାନଙ୍କ ଦୁଇ ଚକିଆ ଅବା ଚାରିଚକିଆ ଯାନ ବାହାନକୁ ନିକଟରେ ଥିବା ପାଣିଟାଙ୍କି ପଡ଼ିଆ ଅବା ରାସ୍ତା କଡ଼ରେ ମନଇଚ୍ଛା ଭାବେ ପାର୍କିଙ୍ଗ କରିଥାନ୍ତି, ଯାହା ଦ୍ୱାରା ଅଯଥାରେ ଭିଡ଼ ସୃଷ୍ଟି ହୋଇ ଟ୍ରାଫିକ ସମସ୍ୟା ଉତ୍ପନ ହେବା ପ୍ରତିଦିନ ସଂଧ୍ୟାରେ ଦେଖିôବାକୁ ମିଳେ । ଟ୍ରାଫିକ ସମସ୍ୟା ଏକ ପ୍ରକାର ନିତି ଦିନିଆ ଘଟଣାରେ ପରିଣତ ହୋଇଗଲାଣି । ସଂଧ୍ୟା ସାଢେ ପାଂଚଟା ପରେ ଠିକା ଶ୍ରମିକ ମାନେ ଏହି ମାର୍କେଟ ରାସ୍ତା ଦେଇ ଘରକୁ ଫେରିଥାନ୍ତି । ନିକଟରେ ଥିବା ଗୋପବନ୍ଧୁ ପ୍ରତିମୂର୍ତିର ଗଡ଼ାଣିରେ କିଛି ପରିବା ବିକାଳି ଓ ଅନ୍ୟ ବ୍ୟବସାୟୀ ରାସ୍ତା କଡ଼ରେ ନିଜ ବ୍ୟବସାୟ କରୁଥିବା ବେଳେ ଏଠାରେ ଗ୍ରାହକ ମାନଙ୍କ ଗହଳି ଜମି ଟ୍ରାଫିକ ସମସ୍ୟା ଉତ୍ପନ ହୋଇଥାଏ । ସଂଧ୍ୟା ସମୟରେ ମାଛ ଓ ମାଂସ ବ୍ୟବସାୟୀ, ଜଳଖିଆ, ଚା ବ୍ୟବସାୟୀ ମାନେ ମଧ୍ୟ ବେପାର କରୁଥିବାରୁ ସମଗ୍ର ମାର୍କେଟ ଅଂଚଳରେ ଆଶାତୀତ ଭିଡ଼ ହୋଇଥାଏ । ଭିଡ଼କୁ ନିୟନ୍ତ୍ରିତ କରିବାକୁ ଏହି ଛକରେ ପୁଲିସ କର୍ମୀ ମୁତୟନ କରାଯାଇଥିଲେ ସୁଦ୍ଧା ଟ୍ରାଫିକ ସମସ୍ୟାରେ ଏଯାଏ କୌଣସି ସୁଧାର ହୋଇ ପାରିନଥିବା ଅଭିଯୋଗ ହୋଇଛି । ପୁରୁଣା ବର୍ଷରେ ଟ୍ରାଫିକ ସମସ୍ୟା ଯେପରି ଥିଲା, ନୂଆବର୍ଷରେ ମଧ୍ୟ ଠିକ ସେହିପରି ସ୍ଥିତିରେ ରହିଛି । ସେହିପରି ସଂଧ୍ୟା ସମୟରେ  ଏହି ମାର୍କେଟ ପରିସରରେ ଥିବା ଶନି ମନ୍ଦିରକୁ ବହୁ ଶ୍ରଦ୍ଧାଳୁ ସଂଧ୍ୟା ସମୟରେ ଆସିବା ସମୟରେ ଟ୍ରାଫିକ ସମସ୍ୟାର ଶୀକାର ହୋଇଥାନ୍ତି । ବିଶେଷ କରି ଶନିବାର ଓ ରବିବାର ସଂଧ୍ୟାରେ ଟ୍ରାଫିକ ସମସ୍ୟା ଜଟିଳତର ହୋଇପଡ଼ିବା ଦେଖିବାକୁ ମିଳୋ ବୁଲା ଗୋରୁଗାଈ, ଷଣ୍ଡ ଆଦି ଅବାଧ ଭାବେ ରାସ୍ତାରେ ବିଚରଣ କରୁଥିବା ଯୋଗୁ ଏହା ମଧ୍ୟ ଲୋକଙ୍କ ପାଇଁ ବିପଦକୁ  ଆମନ୍ତ୍ରଣ ଦେଇଥାଏ ।  ଅତ୍ୟଧିକ ଗହଳି ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ଯୋଗୁ ଏହି ରାସ୍ତାଦେଇ ଯାତାୟତ କରୁଥିବା ମହିଳା ତଥା ବରିଷ୍ଠ ନାଗରିକ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି  ବୋଲି ଅଭିଯୋଗ ହୋଇଛି । ପୂର୍ଣ୍ଣାନନ୍ଦ ମାର୍କେଟର ଏହି  ଟ୍ରାଫିକ ସମସ୍ୟାରେ ଉବୁଟୁବୁ ହେଉଛନ୍ତି ଉଭୟ ଗ୍ରାହକ ଓ ବେପାରୀ । ସମୟ ସମୟରେ ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ହେଉଥିବା ମଧ୍ୟ ବହୁବାର ନଜିର ରହିଛି । ଏପରିସ୍ଥଳେ ସାରନଗରୀ ପୂର୍ଣ୍ଣାନନ୍ଦ ମାର୍କେଟରେ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking