ସୋର : ସାନ ପୁଅକୁ ମାରି ଘରେ ପୋତିବା ଘଟଣାରେ ମା ଓ ବଡ଼ ପୁଅକୁ ଗିରଫ କରାଯାଇଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ବାହାନଗା ଜାତୀୟ ରାଜପଥ ନିକଟ ଇଚ୍ଛାପୁର ପୋଖରୀ ନିକଟରେ ୨୨ ବର୍ଷୀୟ ସାନ ପୁଅକୁ ୧୧ ଦିନ ତଳେ ମାରି ଘରେ ପୋତି ଦେଇଥିଲେ ମା ଓ ବଡ଼ଭାଇ । ଗତ ୧୨ ତାରିଖ ରାତି ୧୧ ଟାରେ ମଦ ପିଇ ସାନପୁଅ ଘରକୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟ ମା’ ଓ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
ଘଟଣାଟି ଉଗ୍ରରୂପ ଧାରଣ କରିବା ପରେ ମାଆ ଶୁକୁରୀ ଜେନା ଏବଂ ବଡ଼ ପୁଅ ଜଗବନ୍ଧୁ ମଦ୍ୟପ ସାନପୁଅ ବଳରାମକୁ ଶାବଳରେ ଆକ୍ରମଣ କରିଥିଲେ । ଫଳରେ ବଳରାମର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ବଳରାମକୁ ଶୋଇବା ଘର ଭିତରେ ଗାତ ଖୋଳି ଲୁଣ ଦେଇ ପୋତି ଦେଇଥିଲେ । ଘଟଣା ସମ୍ପର୍କରେ କିଛି ଜଣାପଡି ନଥିବା ବେଳେ ୧୧ ଦିନ ପରେ ଭାଇର ଗଙ୍ଗାସ୍ଥି ଓ ପିଣ୍ଡ ଶ୍ରାଦ୍ଧ କରି ଫେରିଥିଲା ବଡ଼ ଭାଇ ଜଗବନ୍ଧୁ । ବଳରାମର ନିଖୋଜକୁ ନେଇ ଗାଁ ଲୋକଙ୍କ ମନରେ ସନ୍ଦେହ ଅଧିକ ଘନିଭୂତ ହୋଇଥିଲା । ପରେ ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମା ଓ ବଡ଼ପୁଅକୁ ତଦନ୍ତ ଘେରକୁ ଆଣିବା ପରେ ହତ୍ୟାକାଣ୍ଡର ଗୁମର ଖୋଲିଥିଲା । ମା’ ଓ ପୁଅକୁ ଗିରଫ କରିଥିବା ବେଳେ ସୋର ଥାନା ଆଇଆଇସି ମଧୁମିତା ମହାନ୍ତିି ଓ ମାଜିଷ୍ଟ୍ରେଟ୍ ବାଲେଶ୍ୱର ସଦର ତହସିଲଦାର ଅନାମିକା ସିଂଙ୍କ ସମେତ ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ôଚ ମାଟିଖୋଳି ଶବକୁ ଜବତ କରିଛନ୍ତି । ତଦନ୍ତକାରୀ ଟିମରେ ସୋର ଥାନା ଏସଆଇ ଶିରିଶ ନାୟକ, ଏଏସ୍ଆଇ ପ୍ରତାପ କାଲୋ ତଦନ୍ତ ଜାରି ରଖିଛନ୍ତି ।