26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଗିରଫ ପରୱାନା

ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଗିରଫ ପରୱାନା

ଅହମ୍ମଦାବାଦ: ଗୁଜରାଟର ସୁରେନ୍ଦ୍ରନଗରସ୍ଥିତ ଏକ ଅଦାଲତ ଗୁରୁବାର ବିଜେପି ବିଧାୟକ ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି । ୨୦୧୭ ମସିହାରେ ସରକାରୀ କଟକଣା ଅମାନ୍ୟ କରିଥିବାରୁ ହାର୍ଦ୍ଦିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବାବେଳେ ଅଦାଲତରେ ବ୍ୟକ୍ତିଗତଭାବେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ହାର୍ଦ୍ଦିକ ଏହାକୁ ବେଖାତିର କରିଥିବାରୁ ଏଭଳି ଗିରଫ ପରୱାନା ଜାରି କରାଯାଇଛି । ହାଦ୍ଦିକଙ୍କୁ ତୁରନ୍ତ ଗିରଫ କରିବାକୁ ବିଚାରପତି ଧ୍ରାଙ୍ଗ୍‌ଧ୍ରା ଥାନା ଅଧିକାରୀଙ୍କ ନିକଟକୁ ପତ୍ର ଜରିଆରେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ୨୦୧୭ରେ ହାର୍ଦ୍ଦିକ ପଟିଦାର ଆନ୍ଦୋଳନର ନେତୃତ୍ୱ ନେଉଥିଲେ । ୨୦୧୯ରେ ସେ କଂଗ୍ରେସରେ ଯୋଗଦେଇଥିବାବେଳେ ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲମ୍ଫପ୍ରଦାନ କରିବା ସହ ବିଧାୟକ ନିର୍ବାଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking