25.1 C
Bhubaneswar
Friday, December 27, 2024
Homeଦେଶ ବିଦେଶପୁଣି ଥରେ ମା ହେବାକୁ ଯାଉଛନ୍ତି ଅର୍ଜୁନ୍ ରାମପାଲଙ୍କ ପ୍ରେମିକା

ପୁଣି ଥରେ ମା ହେବାକୁ ଯାଉଛନ୍ତି ଅର୍ଜୁନ୍ ରାମପାଲଙ୍କ ପ୍ରେମିକା

ମୁମ୍ବାଇ : ପୁଣିଥରେ ମାଆ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ପ୍ରେମିକା ଗାବ୍ରିଏଲା ଡେମେଟ୍ରିଏଡସ। ଏନେଇ  ଗାବ୍ରିଏଲା ଡେମେଟ୍ରିଏଡସ ନିଜ ଇନଷ୍ଟାରେ ଫ୍ୟାନ୍ସଙ୍କୁ ଏହି ଗୁଡ୍ ନ୍ୟୁଜ୍ ଦେଇଛନ୍ତି ।  ତେବେ,ଏହି ଖବର ଜଣାପଡିବା ପରେ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନା ମୁତାବକ, ୨୦୧୮ରେ ନିଜ ପ୍ରଥମ ପତ୍ନୀ ମେହେର ଜେସିୟାଙ୍କ ସହ ୨୦ବର୍ଷର ବିବାହ ଭାଙ୍ଗି ତାଙ୍କଠାରୁ ଅଲଗା ହୋଇ ଯାଇଥିଲେ ଅର୍ଜୁନ । ଏହା ପରେ ସେ ଗାବ୍ରିଏଲାଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ । ଜଣେ ବନ୍ଧୁଙ୍କ ଜରିଆରେ ସେ ଗାବ୍ରିଏଲାଙ୍କୁ ଭେଟିଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ପ୍ରେମ ହେବାର ବର୍ଷକ ମଧ୍ୟରେ ଗାବ୍ରିଏଲା ୨୦୧୯ରେ ଅର୍ଜୁନଙ୍କ ପିଲାର ମା’ ବନିଥିଲେ । ଦୁହେଁ ଏ ପର୍ଯ୍ୟନ୍ତ ବିବାହ କରି ନଥିବା ଜଣାପଡ଼ିଛି ।

ତେବେ ଗାବ୍ରିଏଲା ନିଜ ଇନଷ୍ଟା ଆକାଉଣ୍ଟରେ କିଛି ଫଟୋ ସେୟାର କରି ଗର୍ଭବତୀ ଥିବା ଘୋଷଣା କରିଛନ୍ତି। ତାଙ୍କ ଫଟୋ ସାମ୍ନାକୁ ଆସିବା ପରେ ଏବେ ଚାରିଆଡ଼ୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଗାବ୍ରିଏଲାଙ୍କ ସହ ଅର୍ଜୁନଙ୍କର ଗୋଟିଏ ପୁଅ ଥିବା ବେଳେ ପୂର୍ବ ପତ୍ନୀଙ୍କ ସହ ତାଙ୍କର ୨ଟି ଝିଅ ଅଛନ୍ତି।  ତେବେ ଗାବ୍ରିଏଲା ଦ୍ବିତୀୟ ଥର ମା’ ହେବାକୁ ଯାଉଥିବା ବେଳେ ଦୁହେଁ ଏପର୍ଯ୍ୟନ୍ତ କାହିଁକି ବିବାହ କରିନାହାନ୍ତି, ତା’ର କାରଣ ସାମ୍ନାକୁ ଆସିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking