20.1 C
Bhubaneswar
Thursday, January 9, 2025
Homeଘଟଣାବଳୀ-୨୦୨୨Sports: ଫିଫା ବିଶ୍ୱକପ-୨୦୨୨ ଟ୍ରଫି ହାତେଇଲା ଆର୍ଜେଣ୍ଟିନା; ତୃତୀୟ ଥର ହେଲା ଚମ୍ପିଆନ

Sports: ଫିଫା ବିଶ୍ୱକପ-୨୦୨୨ ଟ୍ରଫି ହାତେଇଲା ଆର୍ଜେଣ୍ଟିନା; ତୃତୀୟ ଥର ହେଲା ଚମ୍ପିଆନ

ନୂଆଦିଲ୍ଲୀ: ଫୁଟବଲ ଜଗତର ସୁପରଷ୍ଟାର ଲିଓନେଲ ମେସିଙ୍କ ବିଶ୍ୱକପ ଟାଇଟଲ୍ ଜିତିବାର ସ୍ୱପ୍ନ ସାକାର ହୋଇଛି । ଫିଫା ବିଶ୍ୱକପ୍ ୨୦୨୨ରେ ଚମ୍ପିଆନର ମୁକୁଟ ପିନ୍ଧିଛି ଆର୍ଜେଣ୍ଟିନା । ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଆର୍ଜେଣ୍ଟିନା ଫ୍ରାନ୍ସକୁ ୩-୨ରେ ପରାସ୍ତ କରିଛି । ଲୁସେଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା, ଯାହାକି ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ୨-୨ରେ ବରାବର ରହିଥିଲା । ତେଣୁ ଅତିରିକ୍ତ ସମୟରେ ତୃତୀୟ ଗୋଲ୍ ସ୍କୋର କରି ଦଳକୁ ଚାମ୍ପିଅନ୍ କରିଥିଲେ ଷ୍ଟାର ଫୁଟବଲ କେଳାଳି ଲିଓନେଲ ମେସି ।

ପେନାଲଟି ସୁଟଆଉଟରେ ୪-୨ରେ ବାଜି ମାରି ତୃତୀୟ ଥର ପାଇଁ ବିଶ୍ୱ ବିଜୟୀ ହୋଇଛି ଆର୍ଜେଣ୍ଟିନା । ପ୍ରଥମ ହାଫରେ ଆର୍ଜେଣ୍ଟିନା ଦମଦାର ପ୍ରଦର୍ଶନ କରିଥିଲା । ଲିଓନେଲ ମେସିଙ୍କ ନେତୃତ୍ୱରେ ଦଳର ଖେଳାଳିମାନେ ଆକ୍ରମଣାତ୍ମକ ଭାବେ ଖେଳିଥିଲେ । ତେବେ ୨୩ତମ ମିନିଟରେ ଆର୍ଜେଣ୍ଟିନା ପାଇଁ ପ୍ରଥମ ଗୋଲ୍ କରିଥିଲେ ଷ୍ଟାର ଖେଳାଳି ଲିଓନେଲ୍ ମେସି । ଏହାପରେ ମ୍ୟାଚର ୩୬ତମ ମିନିଟରେ ଆଉ ଏକ ଗୋଲ୍ କରି ଦଳକୁ ଅଗ୍ରଣୀ କରିଥିଲେ ଡି ମାରିଆ। ମଧ୍ୟାନ୍ତର ସୁଦ୍ଧା ୨-୦ରେ ଅଗ୍ରଣୀ ଥିଲା ଆର୍ଜେଣ୍ଟିନା ।

ତେବେ ଏହାପରେ ଫ୍ରାନ୍ସ ଦମଦାର କମବ୍ୟାକ କରିଥିଲା । ଏମ୍ବାପେଙ୍କ ଡବଲ ଗୋଲ୍ ବଳରେ ସ୍ଥିତି ବରାବର କରିଥିଲା ଫ୍ରାନ୍ସ । ମ୍ୟାଚର ୮୦ ଓ ୮୨ତମ ମିନିଟରେ ଡବଲ୍ ଗୋଲ୍ କରିଥିଲେ ଏମ୍ବାପେ। ଫଳରେ ଫାଇନାଲ୍ ମ୍ୟାଚ୍ ୨-୨ ସମାନ ସ୍ଥିତିକୁ ଚାଲିଯାଇଥିଲା । ତେଣୁ ଚମ୍ପିଆନ ଟିମ୍ ପାଇବା ପାଇଁ ମ୍ୟାଚର ଫଇସଲା ପେନାଲଟି ସୁଟ୍ଆଉଟରେ ହୋଇଥିଲା। ଏଥିରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ବିଶ୍ୱବିଜୟୀ ପାଲଟିଛି । ଏହି ଗୋଲ୍ ସହିତ ଫିଫା ବିଶ୍ୱକପରେ ତୃତୀୟ ଥର ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା ।

ବିଶ୍ୱକପ ଇତିହାସରେ ଆର୍ଜେଣ୍ଟିନା ଦଳ ତୃତୀୟ ଟାଇଟଲ ଜିତିଛି । ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଏବଂ ୧୯୮୬ ଟାଇଟଲ୍ ଜିତିଥିଲା । ଏହା ବ୍ୟତୀତ ଆର୍ଜେଣ୍ଟିନା ତିନିଥର (୧୯୩୦, ୧୯୯୦, ୨୦୧୪)ରେ ରନର୍ସ ଅପ୍ ମଧ୍ୟ ହୋଇଛି । ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ଥର ଏବଂ ତୃତୀୟ ଥର ପାଇଁ ସାମଗ୍ରିକ ଭାବେ ଟାଇଟଲ ଜିତିବାର ଫ୍ରାନ୍ସ ଦଳର ସ୍ୱପ୍ନ ଭାଙ୍ଗି ଯାଇଛି । ଏହାପୂର୍ବରୁ, ଫ୍ରାନ୍ସ ଦଳ ୧୯୯୮ ଏବଂ ୨୦୧୮ ରେ ଚାମ୍ପିୟନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking