30.1 C
Bhubaneswar
Saturday, July 6, 2024
Homeଓଡିଶାଇଡିରେ ଅର୍ଚ୍ଚନାଙ୍କ ବାପା

ଇଡିରେ ଅର୍ଚ୍ଚନାଙ୍କ ବାପା

ଭୂବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ଆସିଛି ଏକ ବଡ ଖବର । ଏହି ମାମଲାରେ ଇଡି ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଅର୍ଚ୍ଚନାଙ୍କ ବିଜନେସ୍ ପାର୍ଟନର ଖଗେଶ୍ୱରଙ୍କୁ ଇଡି ଗିରଫ କରିଥିବାବେଳେ ବର୍ତ୍ତମାନ ଅର୍ଚ୍ଚନାଙ୍କ ବାପାଙ୍କୁ ଜେରା କରୁଛି ଇଡି । ଏନେଇ ସେ ଆଜି ଇଡି ଅଫିସରେ ହାଜର ହୋଇଛନ୍ତି । ତେବେ ଅର୍ଚ୍ଚନାଙ୍କ ବେନାମୀ ସମ୍ପତ୍ତି ନେଇ ଇଡି ଏହି ଖୋଳତାଡ କରୁଛି ।

ତେବେ ଏହା ପୂର୍ବରୁ ଅର୍ଚ୍ଚନାଙ୍କ ସହେଯାଗି ଖଗେଶ୍ୱରଙ୍କ ଘର ଏବଂ ଶୋ ରୁମରେ ଇଡି ରେଡ କରିଥିଲା । ଏହି ସମୟରେ ଇଡି ହାତରେ ଲାଗିଥିଲା ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏହାପରେ ଜଗବନ୍ଧୁଙ୍କୁ ମାରାଥନ ଜେରା କରିବା ସହ ଗିରଫ ମଧ୍ୟ କରାଯାଇଥିଲା । ତେବେ ଏହି ଘଟଣାରେ ଅର୍ଚ୍ଚନା ନାଗ ବାପାଙ୍କ ବୟାନ  ରେକର୍ଡ କରିଥିଲା ଇଡି । ଲେଡି ବ୍ଲାକମିଲର ଅର୍ଚ୍ଚନାଙ୍କ ସମ୍ପର୍କରେ ଇଡି ଅଧିକ ତଥ୍ୟ ସଂଗ୍ରହ କରୁଛି । ଯାହାଫଳରେ ଇଡି ଆଜି ତାଙ୍କ ବାପାଙ୍କୁ ମାରାଥନ ଜେରା କରିଛି ।

ତେବେ ହନିଟ୍ରାପ କୁଇନ୍ ତଥା ଲେଡି ବ୍ଲାକମେଲର ଅର୍ଚ୍ଚନା ୫ ବର୍ଷ ମଧ୍ୟରେ କିଭଲି ଏତେ ଟଙ୍କାର ମିଲକାଣି ହେଲେ ସେ ନେଇ ଅଧିକ ଖୋଳତାଡ କରୁଛି ଇଡି । ଏତତ୍ ବ୍ୟତୀତ ୫ଜଣଙ୍କ ମୋବାଇଲକୁ ମଧ୍ୟ ସିଜ୍ କରାଯାଇଛି । ଅର୍ଚ୍ଚନାଙ୍କ ବାପାଓ ମା, ଭାଇ ଏବଂ ଜଗବନ୍ଧୁର ୨ ଟି ମୋବାଇଲ ରହିଛି । ଯାହା ସାହାଯ୍ୟରେ ଡାଟା ରିକଭର କରିବ ଇଡି ।

ଭଦ୍ରକରେ ଜମୁଛି ବାଲିଯାତ୍ରା, ଶୀତ ରାତିରେ ମେଳାର ମଜା ନେଉଛନ୍ତି ଦର୍ଶକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking