ଭୁବନେଶ୍ୱର: ବହୁଚର୍ଚ୍ଚିତ ହନିଟ୍ରାପ୍ ଏବଂ ବ୍ଲାକ୍ମେଲିଂ ମାମଲାର କିଙ୍ଗ୍ପିନ୍ଙ୍କ ଅର୍ଚ୍ଚନା ନାଗଙ୍କ ଆଜି ଜାମିନ ଆବେଦନ ସମ୍ପର୍କୀତ ଶୁଣାଣି ହୋଇଛି । ଏସ୍ଡିଜେମ୍ କୋର୍ଟରେ ଏହାର ଶୁଣାଣି ହୋଇଥିଲା । ଉଭୟ ପକ୍ଷ ନଜ ନିଜର ଯୁକ୍ତି ଉପସ୍ଥାପନା କରିଥିଲେ । ହେଲେ ଜାମିନ୍ ସମ୍ପର୍କୀତ କୌଣସି ରାୟ ପ୍ରକାଶ ପାଇ ନାହିଁ । ରାୟକୁ ସଂରକ୍ଷୀତ ରଖାଯାଇଛି ।
ସୂଚନାଯୋଗ୍ୟ ଗତ କିଛିଦିନ ତଳେ ଅର୍ଚ୍ଚନାଙ୍କୁ ପ୍ରଥମଥର ଲାଗି ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ନୟାପଲ୍ଲୀ ଥାନାରେ ରୁଜୁ ହୋଇଥିବା ପ୍ରଜୋଯକ ଅକ୍ଷୟ ପରିଜା ମାମଲାରେ ତାଙ୍କୁ ଜାମୀନ ଦେବା ନେଇ ଆବେଦନ କରାଯାଇଥିଲା । ଆଜି ଏମ୍ପର୍କୀତ ଶୁଣାଣି ହୋଇଥିଲେ ମଧ୍ୟ ରାୟ ପ୍ରକାଶ ପାଇ ନାହିଁ ।