27.1 C
Bhubaneswar
Saturday, October 19, 2024
Homeଓଡିଶାଅର୍ଚ୍ଚନା ନାଗ ମାମଲା: କୋର୍ଟରେ ପ୍ରତ୍ୟକ୍ଷ ହାଜର ହେବେ ଶ୍ରଦ୍ଧାଞ୍ଜଳୀ

ଅର୍ଚ୍ଚନା ନାଗ ମାମଲା: କୋର୍ଟରେ ପ୍ରତ୍ୟକ୍ଷ ହାଜର ହେବେ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କୁ ଆଇନ୍‌ଗତ ଝଟକା ଲାଗିଛି । ଶ୍ରଦ୍ଧାଞ୍ଜଳୀଙ୍କୁ କୋର୍ଟଙ୍କ ନିକଟରେ ପ୍ରତ୍ୟକ୍ଷ ଭାବେ ହାଜର ହୋଇ ନିଜର ମତ ରଖିବାକୁ ପଡିବ । ଶ୍ରଦ୍ଧାଞ୍ଜଳୀ ନିଜେ ହାର ନ ହେଲେ ତାଙ୍କ ଓକିଲଙ୍କ ଦ୍ୱାରା ହାଜର ହେବେ ବୋଲି ଉପର କୋର୍ଟରେ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହି ମାମଲାର ଶୁଣାଣି କରି ଏହାକୁ ଆଗ୍ରହ୍ୟ କରିବା ସହ ତାଙ୍କୁ ପ୍ରତ୍ୟକ୍ଷ ଭାବେ ହାଜର ହୋବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଶ୍ରଦ୍ଧାଞ୍ଜଳୀ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର କୋର୍ଟଙ୍କ ବାରମ୍ବାର ନୋଟିସ ସତ୍ୱେ ମଧ୍ୟ ହାଜର ହେଉ ନ ଥିଲେ । ଏଭଳି ଜାରି ରହିଲେ ତାଙ୍କ ବିରୋଧରେ ଏନ୍‌ବିଡବ୍ଲୁ ଜାରି ହେବ ବୋଲି କୋର୍ଟ କହିଥିଲେ । ଶ୍ରଦ୍ଧାଞ୍ଜଳୀ ନିଜ ଓକିଲଙ୍କ ଦ୍ୱାରା ହାଜର ହେବେ ବୋଲି କହି ଏହାକୁ ଚ୍ୟାଲେଞ୍ଜ କରି ଉପର କୋର୍ଟକୁ ଯାଇଥିଲେ । ଏହ ସମ୍ପର୍କୀତ ଶୁଣାଣୀ ଶେଷ ହୋଇ ରାୟ ପ୍ରକାଶିତ ହୋଇଛି । ଆଜିର ରାୟ ପରେ ଏହା ସ୍ପଷ୍ଟ ହୋଇଛି ଯେ ଶ୍ରଦ୍ଧାଞ୍ଜିଳିଙ୍କୁ ହାଜର ହେବାକୁ ପହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking