20.1 C
Bhubaneswar
Friday, January 24, 2025
Homeଅପରାଧଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ବ୍ୟବସାୟୀ

ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ବ୍ୟବସାୟୀ

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଇଡିରେ ଆଉ ଜଣେ ବ୍ୟବସାୟୀ ହାଜର ହୋଇଥିବା ଜଣାଯାଇଛି। ତାଙ୍କ ନାଆଁ ଅମୀୟକାନ୍ତ ଦାସ ବୋଲି ଜଣାଯାଇଛି। ବ୍ୟବସାୟୀଜଣକ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଅର୍ଚ୍ଚନାଙ୍କ ସହ ଲକ୍ଷ ଲକ୍ଷଟଙ୍କାର ନେଣଦେଣ କରିଛନ୍ତି। ଅମୀୟକାନ୍ତ ଦାସ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ପଠାଇଥିଲେ ବୋଲି କୁହାଯାଉଛି। ଏ ବିଷୟରେ ତଥ୍ୟ ହାସଲ କରିବାକୁ ଇଡି ପୂର୍ବରୁ ଉକ୍ତ ବ୍ୟବସାୟୀଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍ ହୋଇଥିଲା। ଯେଉଁ ୧୨ଜଣଙ୍କୁ ଏଯାଏ ଇଡି ନୋଟିସ୍ ଦେଇଛି, ସେମାନଙ୍କ ଭିତରେ ବ୍ୟବସାୟୀ ଥିଲେ। ଏଣେ ଜଣାଶୁଣା ସିନେ ପ୍ରଯୋଜକ ଅକ୍ଷୟ ପରିଜା ଆଜି ଦିନ ୨ଟାରେ ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହେବେ ବୋଲି ସୂଚନା ମିଳିଛି। ସେ ତାଙ୍କ ଓକିଲ ଆକାଶ ଭୂୟାଁଙ୍କ ସହ ଇଡି କାର୍ଯ୍ୟାଳୟରେ ହାଜର ହେବେ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking