27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଟ୍ୱିଟରକୁ ମହଙ୍ଗା ପଡ଼ିଲା କେନ୍ଦ୍ରର ନିଷ୍ପତ୍ତି ବିରୁଦ୍ଧରେ ଆବେଦନ

ଟ୍ୱିଟରକୁ ମହଙ୍ଗା ପଡ଼ିଲା କେନ୍ଦ୍ରର ନିଷ୍ପତ୍ତି ବିରୁଦ୍ଧରେ ଆବେଦନ

ନୂଆଦିଲ୍ଲୀ : କର୍ଣ୍ଣାଟକ ହାଇକୋର୍ଟ ଟ୍ୱିଟର ଇଙ୍କ୍ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନକୁ ଖାରଜ କରିଦେବା ସହିତ ଏହା ଉପରେ ଜୋରିମାନା ଲାଗୁ କରିଛନ୍ତି । ସୂଚନାଥାଉକି କଣ୍ଟେଣ୍ଟ ହଟାଇବା ଏବଂ ବ୍ଳକ କରିବା ସମ୍ପର୍କିତ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲା ଟ୍ୱିଟର । ଏଥିସହିତ ଅଦାଲତ ଟ୍ୱିଟରର ଆବେଦନକୁ ନିରର୍ଥକ ବୋଲି ଦର୍ଶାଇଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ୍ କୃଷ୍ଣା ଏସ ଦିକ୍ଷିତଙ୍କ ଏକ ଖଣ୍ଡପୀଠ ଟ୍ୱିଟର କମ୍ପାନୀ ଉପରେ ୫୦ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି ଏବଂ ଏହାକୁ ୪୫ ଦିନ ମଧ୍ୟରେ କର୍ଣ୍ଣାଟକ ରାଜ୍ୟ ଆଇନ ସେବା ପ୍ରାଧିକରଣରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୋର୍ଟ ନିଷ୍ପତ୍ତିର ମୁଖ୍ୟ ବିଷୟକୁ ପଢ଼ି କହିଥିଲେ ଯେ, ଉପରୋକ୍ତ ପରିସ୍ଥିତିରେ ଏହି ଆବେଦନ ଭିତ୍ତିହୀନ ସାବ୍ୟସ୍ତ ହେବା କାରଣରୁ ଏଥିରେ ଜରିମାନା ଲାଗୁ କରାଯିବା ସହିତ ଏହାକୁ ବରଖାସ୍ତ କରାଯାଇପାରେ । ଆବେଦନକର୍ତ୍ତାଙ୍କ ଉପରେ ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି । ଏବଂ ଏହାକୁ ୪୫ ଦିନ ମଧ୍ୟରେ ବେଙ୍ଗାଲୁରୁ ସ୍ଥିତ କର୍ଣ୍ଣାଟକ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏଥିରେ ବିଳମ୍ବ କରାଯାଏ, ତେବେ ପ୍ରତିଦିନ ୫୦୦୦ ଟଙ୍କା ଲେଖାଏଁ ଅତିରିକ୍ତ ଶୁଳ୍କ ଲାଗୁ ହେବ । ଟ୍ୱିଟରଙ୍କ ଆବେଦନକୁ ଖଣ୍ଡନ କରି ବିଚାରପତି କହିଛନ୍ତି, ‘ ମୁଁ କେନ୍ଦ୍ରରେ ସେହି ନିଷ୍ପତ୍ତିରେ ସହମତ, ଯେଉଁଥିରେ ତାଙ୍କ ପାଖରେ ଟ୍ୱିଟରକୁ ବ୍ଳକ କରିବା ଏବଂ ଏକାଉଣ୍ଟ ଉପରେ ରୋକ୍ ଲଗାଇବାର ଅଧିକାର ରହିଛି ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking