32.1 C
Bhubaneswar
Thursday, May 30, 2024
Homeଓଡିଶାବିଧାନସଭାରେ ମିଥ୍ୟା କହି ଓଡ଼ିଶାବାସୀଙ୍କୁ ଠକିଥିବାରୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ମନୋଜ ମହାପାତ୍ର

ବିଧାନସଭାରେ ମିଥ୍ୟା କହି ଓଡ଼ିଶାବାସୀଙ୍କୁ ଠକିଥିବାରୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ମନୋଜ ମହାପାତ୍ର

  • ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଏଫବିଆଇ ତଦନ୍ତ ଏକ ଉଦ୍‌ଭଟ ଚିନ୍ତାଧାରା
  • ନବ ଦାସଙ୍କ ହତ୍ୟାର ତଦନ୍ତଭାର ସିବିଆଇକୁ ଦିଅନ୍ତୁ ମୁଖ୍ୟମନ୍ତ୍ରୀ
  • ସରକାରର ହତ୍ୟା ହେଲା ଜଣେ ସରକାରୀ କର୍ମଚାରୀଙ୍କ ଦ୍ୱାରା
  •  ମା’କୁ ସମ୍ମାନର ନାରା ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ଅଥର୍ବ ନେତୃତ୍ୱର ଏହା ଏକ ନଗ୍ନ ନିଦର୍ଶନ
  • ରାଜ୍ୟରେ ପ୍ରତ୍ୟେକ ଦିନ ୯ଅଞ୍ଜନା/ମମିତା ଓ ୧୨ ପରୀ ଭଳି ଘଟଣା ଘଟୁଛି

ଭୁବନେଶ୍ୱର : ସଂସଦୀୟ ଗଣତନ୍ତ୍ରର ପ୍ରଥା ଓ ପରମ୍ପରା ଅନୁସାରେ ସଂସଦ କିମ୍ବା ବିଧାନସଭାକୁ ଗଣତନ୍ତ୍ରର ମନ୍ଦିର କୁହାଯାଏ । ଓଡିଶା ବିଧାନସଭା ଭଳି ପବିତ୍ର ଗୃହ ବା ଗଣତନ୍ତ୍ରର ମନ୍ଦିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଶୁଣି ନିଜର ଅପାରଗତା ଓ ଅଥର୍ବ ନେତୃତ୍ୱକୁ ଲୁଚାଇବା ପାଇଁ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଏଫବିଆଇ ତଦନ୍ତ ଭଳି ଉଦ୍‌ଭଟ ଚିନ୍ତାଧାରା ଓ ମିଥ୍ୟା ଆସ୍ଫାଳନ କରି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ସମର୍ଥନକୁ ଅସମ୍ମାନ ଓ କଟାକ୍ଷ କରିଛନ୍ତି । ଏଫବିଆଇ ତଦନ୍ତ କୁଆଡେ ଗଲା? ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ ୫ତାରିଖ ବିଧାନସଭା ଅଧିବେଶନ ତାଙ୍କ ପାଇଁ ଶେଷ ଅଧିବେଶନ ହେଉଥିବାରୁ ଯୋଡହସ୍ତରେ ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର ଦାବି କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ୨୯ ଜାନୁୟାରୀ, ୨୦୨୩ ଓଡ଼ିଶା ପାଇଁ ଏକ କଳାଦିନ ହୋଇରହିବ । ଗତବର୍ଷ ଆଜିର ଦିନରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ନବ ଦାସଙ୍କ ବୃଦ୍ଧା ମା’ ପୁଅର ହତ୍ୟାରେ ମ୍ରିୟମାଣ ହୋଇପଡୁଥିଲେ । ପୁଅର ମୃତ୍ୟୁ ପରେ ସେ ବୃଦ୍ଧା ମା’ର ମୃତ୍ୟୁ ହୋଇସାରିଛି । କିନ୍ତୁ ଜୀବିତାବସ୍ଥାରେ ସେହି ମା’ ନ୍ୟାୟ ପାଇବାରୁ ବଂଚିତ ହେଲେ । ମା’କୁ ସମ୍ମାନର ନାରା ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ଅଥର୍ବ ନେତୃତ୍ୱର ଏହା ଏକ ନଗ୍ନ ନିଦର୍ଶନ । ପୁନଶ୍ଚ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ୍ ସହଯୋଗୀଙ୍କ ନିଜ ଅଧିନରେ ଥିବା ପୋଲିସ ବିଭାଗର ଜଣେ ଅଫିସର ହତ୍ୟା କରିବା ବିରଳ ଘଟଣା । କହିବାକୁ ଗଲେ ସରକାରର ହତ୍ୟା ହେଲା ଜଣେ ସରକାରୀ କର୍ମଚାରୀଙ୍କ ଦ୍ୱାରା ।

ଓଡିଶା ଶାସନ ଇତିହାସ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ସଦାସର୍ବଦା ନିନ୍ଦିତ କରିବ । ରାଜ୍ୟ କ୍ରାଇମବ୍ରାଂଚ ନାମକୁ ମାତ୍ର ତଦନ୍ତ କରି କେବଳ ଗୋପାଳ ଦାସକୁ ଦୋଶୀ ସଜାଇ ବସିଯାଇଛି । କେଉଁମାନେ ହତ୍ୟାର ଷଡଯନ୍ତ୍ରକାରୀ ସେ ବିଷୟରେ ତଦନ୍ତ ନକରି ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରିଦିଆଯାଇଛି । ରାଜ୍ୟରେ ଆଇନଶୃଙ୍ଖଳା ନାହିଁ । ଦୋଷୀ ଦୋଷ କରି ଅନ୍ୟାୟସରେ ଖସି ଯାଉଛି । ରାଜ୍ୟରେ ପ୍ରତ୍ୟେକ ଦିନ ୯ଅଞ୍ଜନା/ମମିତା ଓ ୧୨ ପରୀ ଭଳି ଘଟଣା ଘଟୁଛି । ଏଥିପାଇଁ ଅପାରଗ ପ୍ରଶାସନ ହିଁ ଦାୟୀ । ଯେହେତୁ ଦୀର୍ଘ ୧ବର୍ଷ ଧରି ନବ ଦାସଙ୍କ ପ୍ରକୃତ ହତ୍ୟାକାରୀ ଓ ଷଡଯନ୍ତ୍ରକାରୀ ଧରାପଡିନାହାନ୍ତି । ତେଣୁ ଯଥାଶୀଘ୍ର ନବ ଦାସଙ୍କ ହତ୍ୟାର ତଦନ୍ତଭାର ସିବିଆଇକୁ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking