29.4 C
Bhubaneswar
Saturday, May 4, 2024
Homeଓଡିଶାବର୍ଷାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ

ବର୍ଷାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ

ଭୁବନେଶ୍ୱର : ତମାମ ବାଦ-ବିବାଦ, ମତାନ୍ତର-ମନାନ୍ତର ଓ କୋର୍ଟ କଚେରୀ ସତ୍ତ୍ୱେ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାମୀ ଅନୁଭବ ମହାନ୍ତି । ଆଜି ବର୍ଷାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଅନୁଭବ। ଏନେଇ ସୋସିଆଲ ମିଡିଆରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ ବି କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ଆମେ ଦୁହେଁ ଭଲ ସ୍ୱାମୀ-ସ୍ତ୍ରୀ ହୋଇପାରିଲୁନି ସତ କିନ୍ତୁ ଉଭୟେ ଚିର ଦିନ ପାଇଁ ଉତ୍ତମ ବନ୍ଧୁ ହୋଇ ରହିପାରିବୁ । ମୋର ପରିବାର, ଶୁଭେଚ୍ଛୁ, ସମର୍ଥକଙ୍କ ପକ୍ଷରୁ ଆପଣଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା । ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ, ସଫଳତା ଓ ସମୃଦ୍ଧି ଦିଅନ୍ତୁ ବୋଲି କାମନା କରିଛନ୍ତି ଅନୁଭବ। ଓଲିଉଡ୍ ଜଗତର ହିଟ ଯୋଡ଼ି କୁହାଯାଉଥିବା ଅନୁଭବ ଓ ବର୍ଷା ଦୁହେଁ ପ୍ରେମ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇ କଥା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଛି। ପତ୍ନୀ ବର୍ଷା ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଥିବା ବେଳେ ଅନୁଭବ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ମାମଲା ଆବେଦନ କରିଛନ୍ତି। ଯାହା ଏବେ ଏହା ବିଚାରାଧୀନ ରହିଛି। ତେବେ ଅନୁଭବଙ୍କର ଆଜିର ପୋଷ୍ଟକୁ ନେଇ ପୁଣି ଥରେ ଉଭୟଙ୍କ ସମ୍ପର୍କରେ ନୂଆ ସମ୍ଭାବନା ସୃଷ୍ଟି ହେବା ନେଇ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking