29.3 C
Bhubaneswar
Tuesday, May 20, 2025
Homeଓଡିଶାବାଲିଯାତ୍ରାରେ ଗୀତରେ ମତୁଆଲା କଲେ ଅନୁ ମଲ୍ଲିକ

ବାଲିଯାତ୍ରାରେ ଗୀତରେ ମତୁଆଲା କଲେ ଅନୁ ମଲ୍ଲିକ

କଟକସରି ସରି ଆସୁଛି ବାଲିଯାତ୍ରା । ଆଉ ଲୋକଙ୍କ ମଧ୍ୟରେ ବଢୁଛି ବାଲିଯାତ୍ରା କ୍ରେଜ । ମୀନାବଜାର ସାଙ୍ଗକୁ ଖାଦ୍ୟ ଷ୍ଟଲର ଖୁବ ମଜା ନେଉଛନ୍ତି ଦର୍ଶକ । ଏଥିସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବଲିଉଡ ଏବଂ ଓଲିଉଡ କଣ୍ଠଶିଳ୍ପୀଙ୍କ ପ୍ରଦର୍ଶନ ଦର୍ଶକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି । ଗତକାଲି(ରବିବାର) ଥିଲା କଟକର ଐତିହାସିକ ବାଲିଯାତ୍ରାର ସପ୍ତମ ସନ୍ଧ୍ୟା । ରବିବାର ଥିବାରୁ ବାଲିଯାତ୍ରାରେ ରେକର୍ଡ ସଂଖ୍ୟକ ଭିଡ଼ ପରିଲକ୍ଷିତ ହୋଇଥିଲା । ବାଲିଯାତ୍ରାର ସପ୍ତମ ସଂନ୍ଧ୍ୟାକୁ ନିଜ ସଙ୍ଗୀତ ଯାଦୁରେ ମତୁଆଲା କରିଥିଲେ ବଲିଉଡର ଲୋକପ୍ରିୟ ସଙ୍ଗୀତକାର ତଥା କଣ୍ଠଶିଳ୍ପୀ ଅନୁ ମଲ୍ଲିକ । ତାଙ୍କ ଦମଦାର ପ୍ରଦର୍ଶନରେ ଶୀତୁଆ ରାତିରେ ବଢି ଯାଇଥିଲା ତାତି ।

ଚଳିତବର୍ଷ ବାଲିଯାତ୍ରାର ଦ୍ବିତୀୟ ବଲିଉଡ୍ ନାଇଟ୍ କାର୍ଯ୍ୟକ୍ରମରେ ମତୁଆଲା ହୋଇଥିଲେ ଦର୍ଶକ । ପୂର୍ବରୁ ବଲିଉଡ କଣ୍ଠଶିଳ୍ପୀ ସିଚନ ସାଙ୍ଗବୀ ଏବଂ ଡିଗର ସରୈୟା ବାଲିଯାତ୍ରାର ୬ଷ୍ଠ ସନ୍ଧ୍ୟାରେ ସାମିଲ ହୋଇ ନିଜ ଗୀତରେ ଦର୍ଶକଙ୍କ ମନ ଜିତିଥିଲେ । ଏହିପରି ୭ମ ସଂନ୍ଧ୍ୟାରେ ବିଶିଷ୍ଟ ବଲିଉଡ୍ ସଙ୍ଗୀତକାର ଅନୁ ମଲ୍ଲିକଙ୍କ ଗୀତରେ ଝୁମିଥିଲେ ଦର୍ଶକ । ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ଅନୁ ମଲ୍ଲିକ ଏବଂ ଟିମଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ମଞ୍ଚ ନିକଟକୁ ବଢିଥିଲା ଦର୍ଶକଙ୍କ ଭିଡ଼।

ମଞ୍ଚରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଗୀତ ଗାଇ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଅନୁ ମଲ୍ଲିକ ଏବଂ ତାଙ୍କ ଟିମ୍ । ସେପଟେ ବାଲିଯାତ୍ରାକୁ ନେଇ ପ୍ରତିକ୍ରିୟା ଦେଇ ଅନୁ ମଲ୍ଲିକ କହିଛନ୍ତି ଯେ, କଟକ ବାଲିଯାତ୍ରାକୁ ଆସି ବହୁତ ଭଲ ଲାଗିଛି । ବିଶେଷକରି ଓଡିଶାର ଲୋକମାନେ ବାଲିଯାତ୍ରାରେ ବହୁତ ଭଲପାଇବା ଦେଇଛନ୍ତି । ଏହା ସବୁବେଳେ ମନେରହିବ ବୋଲି କହିଛନ୍ତି ଅନୁ ମଲ୍ଲିକ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking