25.1 C
Bhubaneswar
Sunday, January 19, 2025
Homeଦେଶ ବିଦେଶସରକାର ବିରୋଧୀ ବିକ୍ଷୋଭ ଜାରି: ସଂସଦ ଭବନ ସମ୍ମୁଖରୁ ଟେଣ୍ଟ୍ ହଟାଇଲା ସେନା, ଦୁଇ ସାମ୍ବାଦିକଙ୍କ...

ସରକାର ବିରୋଧୀ ବିକ୍ଷୋଭ ଜାରି: ସଂସଦ ଭବନ ସମ୍ମୁଖରୁ ଟେଣ୍ଟ୍ ହଟାଇଲା ସେନା, ଦୁଇ ସାମ୍ବାଦିକଙ୍କ ସମେତ ୯ ଗିରଫ

କଲମ୍ବୋ : ଶ୍ରୀଲଙ୍କା ସେନା ଗୁରୁବାର ରାତ୍ରିରେ ସଂସଦ ଭବନ ସମ୍ମୁଖରୁ ସରକାର ବିରୋଧୀ ବିକ୍ଷୋଭକାରୀଙ୍କୁ ଟେଣ୍ଟ୍ ହଟାଇ ଦେଇଛି । ଏହି ଅବସରରେ ବିରୋଧ କରୁଥିବା କେତେକ ବିକ୍ଷୋଭକାରୀ ମଧ୍ୟ ଆହତ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଦୁଇଜଣ ସାମ୍ବାଦିକଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି । ଗୁରୁବାର ରନିଲ୍ ବିକ୍ରମସିଂଘେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସରକାର ବିରୋଧୀ ବିକ୍ଷୋଭକାରୀଙ୍କୁ କଡ଼ା ଚେତାବନୀ ଦେଇଥିଲେ । ଏହାର କିଛି ସମୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଶ୍ର୍ର୍ରୀଲଙ୍କା ବିକ୍ଷୋଭ ପ୍ରଦର୍ଶନ କରୁଥିବା ବହୁ ସଂଗଠନ ରାଷ୍ଟ୍ରପତି ବିକ୍ରମସିଂଘେ ଏବଂ ସମ୍ଭାବିତ ସରକାରର ବିରୋଧ କରୁଛନ୍ତି । ଏହି ସଂଗଠନଗୁଡ଼ିକ ମଧ୍ୟରୁ ପ୍ରମୁଖ ଗଲ୍ ଫେସ୍ ଗୁରୁବାର ବିକ୍ରମସିଂଘେଙ୍କ ଶପଥଗ୍ରହଣ ଅବସରରେ ଏବଂ ପରେ ତାଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲା । ଗଲ୍ ପେସ୍ କହିଛି, ନୂଆ ରାଷ୍ଟ୍ରପତି ଏବଂ ନୂଆ ସରକାରଙ୍କଠାରୁ କୌଣସି ଆଶା ରଖିବା ବୃଥା । ନୂଆ ସରକାର କୌଣସି ପ୍ରକାରେ ଦେଶକୁ ଏହି କଠିନ ପରିସ୍ଥିତିରୁ ମୁକୁଳାଇ ପାରିବନାହିଁ । ସାଧାରଣ ଲୋକଙ୍କ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ରିହାତି ମିଳିପାରି ନାହିଁ । ରନିଲ୍ ବିକ୍ରମସିଂଘେ ବାସ୍ତବରେ ରାଜପକ୍ଷେ ପରିବାରର ଜଣେ ସମର୍ଥକ ବୋଲି ସେମାନେ ଅଭିଯୋଗ କରିଛନ୍ତି । ରାଜପକ୍ଷେ ପରିବାର ଅନୁସରରେ ହିଁ ସେ ପଦକ୍ଷେପ ଗ୍ରହଣ କରିବେ । ନୂଆ ସରକାରରେ ରାଜପକ୍ଷେ ପରିବାରର କୌଣସି ସମର୍ଥକଙ୍କୁ ସାମିଲ କରାନଯିବା ସେମାନେ ଚାହୁଁଛନ୍ତି । ବିକ୍ରମସିଂଘେ ରାଜପକ୍ଷେ ପରିବାରକୁ ବଞ୍ଚାଇ ଆସିଛନ୍ତି ଏବଂ ଏହା ଆଗକୁ ଜାରି ରହିବ ବୋଲି ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking