27.1 C
Bhubaneswar
Saturday, July 12, 2025
Homeଦେଶ ବିଦେଶଉତ୍ତରାଖଣ୍ଡରେ କପି ବିରୋଧୀ ଅଧ୍ୟାଦେଶ ଜାରି; ଧରାପଡ଼ିଲେ ଆଜୀବନ ଜେଲ୍ ଓ ୧୦ କୋଟି ଜୋରିମାନା

ଉତ୍ତରାଖଣ୍ଡରେ କପି ବିରୋଧୀ ଅଧ୍ୟାଦେଶ ଜାରି; ଧରାପଡ଼ିଲେ ଆଜୀବନ ଜେଲ୍ ଓ ୧୦ କୋଟି ଜୋରିମାନା

ଡେରାଡୁନ୍ : ପେପର୍ ଲିକ୍ ମାମଲାରେ ଉତ୍ତରାଖଣ୍ଡ ସରକାର କଠୋର କପି ବିରୋଧୀ ଅଧ୍ୟାଦେଶ ଜାରି କରିଛନ୍ତି । ରାଜ୍ୟପାଳ ଗୁରମୀତ୍ ସିଂହ ସୈନି ଶୁକ୍ରବାର ଉତ୍ତରାଖଣ୍ଡ ପ୍ରତିଯୋଗିତା ପରୀକ୍ଷା ଅଧ୍ୟାଦେଶ ୨୦୨୩ରେ ସ୍ୱାକ୍ଷର କରିଛନ୍ତି । ଏହି ଅଧ୍ୟାଦେଶ ଫଳରେ ଭବିଷ୍ୟତରେଏହି ଘଟଣା ହ୍ରାସ ପାଇବ ବୋଲି ସରକାର ଆଶା କରିଛନ୍ତି । ଏହି ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜ୍ୟପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ନିୟମ ଅଧିନରେ କପି କରାଇବାରେ ଦୋଷୀ ପ୍ରିଣ୍ଟିଂ ପ୍ରେସ୍‌, କୋଚିଂ ଇନ୍‌ଷ୍ଟିଚ୍ୟୁଟ୍ କିମ୍ବା ମ୍ୟାନେଜମେଣ୍ଟ୍‌କୁ ଆଜୀବନ ଜେଲ୍ ସହିତ ୧୦ କୋଟି ଟଙ୍କା ଜୋରିମାନା କରାଯିବ ।

ସେହିପରି ଯଦି କୌଣସି ବ୍ୟକ୍ତି ପରୀକ୍ଷା କରାଉଥିବା ସଂସ୍ଥା ସହିତ ମିଶି ଷଡ଼ଯନ୍ତ୍ର କରେ, ତେବେ ଏଥିପାଇଁ ମଧ୍ୟ ଦଣ୍ଡ ବ୍ୟବସ୍ଥା ରହିଛି । ଏହି ଅଧ୍ୟାଦେଶ ଲାଗୁପରେ କୌଣସି ଛାତ୍ର କପି କରୁଥିବା ଏବଂ କରାଉଥିବା ଅବସ୍ଥାରେ ଧରାପଡ଼ିଲେ ତାଙ୍କୁ ୩ ବର୍ଷ ଜେଲ୍ ସହିତ ୫ ଲକ୍ଷ ଜୋରିମାନା ହେବ । ଦ୍ୱିତୀୟ ଥର ଧରାପଡ଼ିଲେ ୧୦ ବର୍ଷ ଜେଲ୍ ଓ ୧୦ ଲକ୍ଷ ଜୋରିମାନା ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ପରୀକ୍ଷା ବେଳେ ଅନୁଚିତ ସାଧନର ବ୍ୟବହାର କରୁଥିବା ଜଣାପଡ଼ିଲେ ଅର୍ଜିତ ସମ୍ପତ୍ତି କୋରଖ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking