29.1 C
Bhubaneswar
Wednesday, May 21, 2025
Homeଓଡିଶାରାଜଧାନୀରେ ପୁଣି ଜଣେ ଯୁବକଙ୍କ ଆତ୍ମହତ୍ୟା! କାରଣ ଅସ୍ପଷ୍ଟ

ରାଜଧାନୀରେ ପୁଣି ଜଣେ ଯୁବକଙ୍କ ଆତ୍ମହତ୍ୟା! କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଏକ ମୃତଦେହ ଉଦ୍ଧାର ହୋଇଛି  ।ଏୟାର ଫିଲ୍ଡ଼ ଥାନା ଅଞ୍ଚଳରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି  । ସୁନ୍ଦରପଦା ବେହେରା ସାହିର ଏକ ଭଡା ଘରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରାଯାଇଛି । ମୃତକ ଜଣକ ହେଉଛନ୍ତି ଅଜିତ କୁମାର ବାରିକ । ଗତ ୨ବର୍ଷ ହେବ ସେ ଏଠି ଭଡାରେ ରହୁଥିଲେ ।

ସୂଚନା ଅନୁସାରେ, ଗତକାଲି ରାତିରେ ଘରେ ଯୁବକଙ୍କ ମୃତଦେହ ଝୁଲିଥିବା ଘର ମାଲିକ ଦେଖିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ତେବେ ଗତକାଲି କୌଣସି ଘଟଣାକୁ ନେଇ କିଛି ଯୁବକ ଅଜିତଙ୍କ ଘରେ ପାଟିତୁଣ୍ଡ କରିଥିଲେ । ଏହାର କିଛି ସମୟ ପରେ ଅଜିତ ଙ୍କ ମୃତଦେହ ଓଢଣୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ଅଜିତଙ୍କୁ କିଏ ହତ୍ୟା କରିଛି ନା ସେ ଜୀବନ ହାରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ  । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking