26.1 C
Bhubaneswar
Thursday, September 19, 2024
Homeଓଡିଶାପୁଣି ୨ମାସ ଲାଗୁ ହେଲା କଟକଣା: ବାର୍‌ରେ ବାଉନ୍ସର ରହିବେନି

ପୁଣି ୨ମାସ ଲାଗୁ ହେଲା କଟକଣା: ବାର୍‌ରେ ବାଉନ୍ସର ରହିବେନି

ଭୁବନେଶ୍ୱର: ବାର୍‌ରେ ବାଉନ୍ସର ନିଯୁକ୍ତିକୁ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ପୁଣି ଦୁଇମାସ କଟକଣା ଅବଧି ବଢ଼ାଇ ଦିଆଯାଇଛି । ମାର୍ଚ୍ଚ ୧୧ ତାରିଖରୁ ମେ’ ୯ ତାରିଖ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ନିୟମ ଅନୁସାରେ ବାର୍‌ରେ ବାଉନ୍ସରମାନେ ଆଉ ରହିପାରିବେ ନାହିଁ । ସେମାନଙ୍କ ପରିବର୍ତ୍ତେ ଘରୋଇ ସିକ୍ୟୁରିଟି ଏଜେନ୍ସିର ସୁରକ୍ଷାକର୍ମୀଙ୍କୁ ବାର୍ ମାଲିକ ନିଯୁକ୍ତ କରିପାରିବେ । ଏନେଇ ପୁଲିସ ଠାରୁ ମାଲିକଙ୍କୁ ଅନୁମତି ନେବାକୁ ପଡ଼ିବ । ବାର୍‌ରେ ବାରମ୍ବାର ବାଉନ୍ସରମାନଙ୍କ ଆତଙ୍କ ପରେ କମିଶନରେଟ୍ ପୁଲିସ ଏଭଳି ନିୟମ ପୁଣି ଲାଗୁ କରିଛି । ଏହି ନିୟମ ଟ୍ୱିନ୍‌ସିଟି ଭୁବନେଶ୍ୱର-କଟକ ସହରାଞ୍ଚଳ ପୁଲିସର ସମସ୍ତ ବାର୍ ପାଇଁ ପ୍ରସ୍ତୁତ କରାଯାଇଛି । ଯଦି କେଉଁ ବାର୍ ନିୟମ ଉଲ୍ଲଙ୍ଘନ କରେ; ଉକ୍ତ ବାର୍ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି  ସୂଚନା ମିଳିଛି । ବାର୍‌ରେ ବାଉନ୍ସରମାନଙ୍କ ବ୍ୟବହାର ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଗ୍ରାହକଙ୍କୁ ଦୁର୍ବ୍ୟବହାର ସମେତ ମାର୍‌ପିଟ୍ କରୁଛନ୍ତି । ନିକଟରେ ଏକାଧିକ ବାଉନ୍ସରଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଛି । ବାରମ୍ବାର ଏଭଳି ଘଟଣା ଘଟିବାରୁ କମିଶନରେଟ୍ ପୁଲିସ ପକ୍ଷରୁ ଏହି ନୂଆ ନିୟମ ଲାଗୁ ହୋଇଛି ।ବାର୍‌ରେ ଗ୍ରାହକଙ୍କ ମୌଳିକ ଅଧିକାର ଯେଭଳି କ୍ଷୂର୍ଣ୍ଣ ହେବନାହିଁ, ସେନେଇ ମାଲିକ ଧ୍ୟାନ ଦେବେ । ଏହାସହ ବାଉନ୍ସରଙ୍କୁ ନିଯୁକ୍ତି ପରିବର୍ତ୍ତେ ଆବଶ୍ୟକ ସ୍ଥଳେ ସରକାରୀ ସିକୃତିପ୍ରାପ୍ତ ସିକ୍ୟୁରିଟି ଏଜେନ୍ସିର ସୁରକ୍ଷାକର୍ମୀଙ୍କୁ ରଖିପାରିବେ । ଏନେଇ ନିକଟସ୍ଥ ଥାନାରେ ସୁରକ୍ଷାକର୍ମୀଙ୍କ ସମ୍ପର୍କରେ ସୂଚନା ଦେବାକୁ ହେବ । ସମ୍ପୃକ୍ତ ସୁରକ୍ଷାକର୍ମୀ ଆଇନ ମୁତାବକ ତାଙ୍କର କାର୍ଯ୍ୟ ସମ୍ପନ୍ନ କରିବେ । କୌଣସି ବେଆଇନ କାର୍ଯ୍ୟରେ ମାଲିକ ତାଙ୍କୁ ବ୍ୟବହାର କରିପାରିବେ ନାହିଁ । ଆବଶ୍ୟକସ୍ଥଳେ କିମ୍ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ବାର୍ ମାଲିକ ୧୧୨ରେ କଲ୍ କରି ପୁଲିସକୁ ଜଣାଇପାରିବେ । ପୂର୍ବରୁ ନଭେମ୍ବର ୨ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking