25.1 C
Bhubaneswar
Sunday, January 19, 2025
Homeଓଡିଶାରଜ ପୂର୍ବରୁ ପୁଣି ଏକ ଦନ୍ତାହାତୀର ମୃତ୍ୟୁ

ରଜ ପୂର୍ବରୁ ପୁଣି ଏକ ଦନ୍ତାହାତୀର ମୃତ୍ୟୁ

ସମ୍ବଲପୁର: ରାତି ପାହିଲେ ପହିଲି ରଜ। ବନରେ ଡାକୁନାହାନ୍ତି ଗଜରାଜ। ଦିନକୁ ଦିନ ହାତୀମାନେ ଅସୁରକ୍ଷିତ ହୋଇପଡୁଛନ୍ତି। ଘନଜଙ୍ଗଲରୁ ବାହାରି ଆସୁଛନ୍ତି। ପରିବେଶର ପ୍ରଭାବ ହେଉ ଅଥବା ମନୁଷ୍ୟକୃତ ହେଉ, ହାତୀମାନଙ୍କର ମୃତ୍ୟୁ ବଢ଼ିବାରେ ଲାଗିଛି। ସମ୍ବଲପୁର ଜିଲ୍ଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟର କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କହାଯାଇଛି।
ସୂଚନା ଅନୁସାରେ, ସମ୍ବଲପୁର ବନଖଣ୍ଡ ବସିଆପଡ଼ା ସେକ୍ସନ ବସିଆପଡ଼ା ବିଟ୍ ଅଧୀନ ରପ୍ଟା ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ମଙ୍ଗଳବାର ଅପରାହ୍ନରେ ବନ ବିଭାଗ ସୂଚନା ପାଇଥିଲା। ଘଟଣାସ୍ଥଳରେ ଏସିଏଫ୍ ତେଜରାଜ ନାୟକଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସମ୍ବଲପୁର ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣା ନୂଆଁ ନୁହେଁ। ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଏକାଧିକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ବାରମ୍ବାର ହାତୀ ମୃତ୍ୟୁ ନେଇ ପରିବେଶ ଏବଂ ବନ୍ୟଜନ୍ତୁ ପ୍ରେମୀ ଉଦ୍ବେଗ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking