26.1 C
Bhubaneswar
Saturday, January 11, 2025
Homeଓଡିଶାଆଉ ଜଣେ ଉଠାଦୋକାନୀଙ୍କ ଆତ୍ମହତ୍ୟା

ଆଉ ଜଣେ ଉଠାଦୋକାନୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର:  ମାର୍କେଟ ବିଲ୍ଡିଂରେ ଉଠା ଦୋକାନ କରିଥିବା ଆଉ ଜଣେ ବ୍ୟକ୍ତି ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି । ତାଙ୍କ ଘର ବିହାର ଜିଲା ସମଷ୍ଟିପୁର ଜିଲା ପଟୋରୀ ଥାନା ଅନ୍‌ଚଳରେ ।  ସେ ୨୦ ବର୍ଷ  ହେବ ଭୁବନେଶ୍ୱର ଆସି ବଡ଼ଗଡ଼ ଥାନା ଅ ଳ ନୂଆସାହିରେ ଘରଭଡ଼ା ନେଇ ରହୁଥିଲେ । କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ସୁବାସଙ୍କ ୨ଟି ଝିଅ ଅଛନ୍ତି । କିଛିଦିନ ମାର୍କେଟ୍ ବିଲ୍ଡଂରେ ଦୋକାନ ପକେଇବା ପରେ ଅସୁବିଧା ହେବାରୁ ରାମମନ୍ଦିର ନିକଟରେ ଦୋକାନ କରିଥିଲେ । ପରେ ପୁଣି କିଛି ମାସ ହେବ ମାର୍କେଟ ବିଲ୍ଡିଂ ଭିସାଲ୍ ମଲ୍ ସାମ୍ନାରେ ପ୍ଲାଷ୍ଟିକ୍ ଦୋକାନ କରିଥିଲେ । କିଛି ମାସ ହେବ ସେ ଫାଇନାନ୍ସରେ ଏକ ବାଇକ ଆଣିବା ସହ ମହିଳା ସମିତି ମାଧ୍ୟମରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଋଣ ଆଣିଥିଲେ । ଗତ ମଙ୍ଗଳବାର ଉଠାଦେକାନୀଙ୍କୁ ଉଚ୍ଛେଦ ଦାବିରେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘ ବଜାର ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ଫଳରେ ମାର୍କେଟ ବିଲ୍ଡିଂ ଖୋଲିଥିଲେ ମଧ୍ୟ ଉଠାଦୋକାନୀ ମାନଙ୍କୁ ଅନମୁତି ମିଳିନଥିଲା ।

ବ୍ୟବସାୟ ବନ୍ଦ ହୋଇଯିବା ପରେ ସୁବାସ ମାନସିକ ଚାପରେ ରହୁଥିଲେ । ମଙ୍ଗଳବାର ମଧ୍ୟାହ୍ନରେ ୨ ଝିଅ ଟିଉସନ୍ ଯାଇଥିଲେ । ଘରେ ଥିବା ସ୍ତ୍ରୀ ରୋଜାଲିନ ପଣ୍ଡିତ୍ ବାଥରୁମ୍ ଯାଇଥିଲେ । ଏହି ସମୟରେ ସୁବାସ ଏକ ଷ୍ଟଲ୍ ସାହାଯ୍ୟରେ ଝୁଲି ପଡିଥିଲେ । କିଛି ସମୟ ପରେ ସ୍ତ୍ରୀ ଯାଇ ଦେଖିବାରୁ ବଡ଼ ପାଟି କରି ଡାକ ପକାଇଥିଲେ । ବଢ଼େଇ କାମ କରୁଥିବା ଜଣେ ପଡ଼ୋଶୀ ଛୁରୀ ଆଣି ଷ୍ଟଲକୁ କାଟି ଦେଇଥିଲେ । ଆମ୍ବୁଲାନ୍ସକୁ ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ହସ୍ପିଟାଲରେ ପହଞ୍ଚିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking