ନୂଆଦିଲ୍ଲୀ: ବାବା ଭେଙ୍ଗାଙ୍କ ନାମ ଦୁନିଆର ସବୁଠାରୁ ପ୍ରସିଦ୍ଧ ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଗଣାଯାଏ । ବାବା ଭେଙ୍ଗାଙ୍କ ସମର୍ଥକମାନେ ବିଶ୍ୱାସ କରନ୍ତି ଯେ ତାଙ୍କ ଦ୍ୱାରା କରାଯାଇଥିବା ଅଧିକାଂଶ ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହୋଇଛି । ଆପଣଙ୍କୁ କହି ରଖୁଛୁ ଯେ, ବାବା ଭଙ୍ଗା ୨୦୨୩ ବର୍ଷ ପାଇଁ ମଧ୍ୟ ଅନେକ ବିପଜ୍ଜନକ ଭବିଷ୍ୟବାଣୀ କରିଛନ୍ତି, ଯାହା ଶୁଣି ଆପଣଙ୍କ ଆତ୍ମା କମ୍ପି ଉଠିବ । ଯଦି ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ସତ ବୋଲି ପ୍ରମାଣିତ ହୁଏ । ତେବେ ୨୦୨୩ ବର୍ଷ କୋରୋନା ସମୟ ଅପେକ୍ଷା ଅଧିକ ଭୟଙ୍କର ହେବ ।
ବାବା ଭେଙ୍ଗା ୨୦୨୩ ବର୍ଷ ବିଷୟରେ ଏକ ବିପଜ୍ଜନକ ଭବିଷ୍ୟବାଣୀ କରିଛନ୍ତି । ବାବା ଭେଙ୍ଗା କହିଛନ୍ତି ଯେ, ଚଳିତ ବର୍ଷ ବିପଜ୍ଜନକ ବାୟୋ ୱେପନର ପ୍ରୟୋଗ ଦେଖିବାକୁ ମିଳିପାରେ ଓ ଯଦି ଏହା ଘଟେ ତେବେ ବିଶ୍ୱର ଜନସଂଖ୍ୟାର ଏକ ଅଂଶରେ ମୃତ୍ୟୁର ବିପଦ ଅଧିକ ରହିଛି । ବାବା ଭେଙ୍ଗା ବାୟୋ ୱେପନ୍ ବିଷୟରେ ମଧ୍ୟ କହିଛନ୍ତି ଯେ ଏହା କୌଣସି ବଡ଼ ଦେଶ ଦ୍ୱାରା ବହୁ ସଂଖ୍ୟାରେ ମାନବଙ୍କ ଉପରେ ବ୍ୟବହାର କରାଯାଇପାରେ ।
ଆପଣଙ୍କୁ କହି ରଖୁଛୁ ଯେ, ବାୟୋ ୱେପନ୍ ହେଉଛି ଏକ ଅସ୍ତ୍ର ଯେଉଁଥି ପାଇଁ ମାଇକ୍ରୋ ଅଣୁଜୀବ, ଭୂତାଣୁ ଏବଂ ଜୀବାଣୁ ତିଆରି ପାଇଁ ବ୍ୟବହୃତ ହୁଏ । ଏହା ଏକ ପ୍ରକାର ଜୈବିକ ଅସ୍ତ୍ର ଯାହାକି ଲକ୍ଷ ଲକ୍ଷ କୋଟି ଜନସଂଖ୍ୟାକୁ ଗୋଟିଏ ଥର ମୃତ୍ୟୁର ଚିର ନିଦରେ ଶୁଆଇପାରେ । ଏହା ମାଧ୍ୟମରେ କୌଣସି ବିସ୍ଫୋରଣ ହୁଏ ନାହିଁ, କିନ୍ତୁ ଏହା ଲୋକଙ୍କୁ ଅସୁସ୍ଥ କରି ହତ୍ୟା କରିଥାଏ ।
ଏଠାରେ ଆପଣଙ୍କୁ ଜଣାଇ ରଖୁଛୁ ଯେ, ବାବା ଭେଙ୍ଗା ଭବିଷ୍ୟବାଣୀ ପାଇଁ ସାରା ଦୁନିଆରେ ବେଶ୍ ଜଣାଶୁଣା । ସେ ୫ ହଜାରରୁ ଅଧିକ ଭବିଷ୍ୟବାଣୀ କରିଯାଇଛନ୍ତି, ଯେଉଁଥିରୁ ଅନେକ ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇଛି । ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟଦ୍ବକ୍ତା ଅଟନ୍ତି । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରୁଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ । ବାବା ଭେଙ୍ଗା ଆଜି ଠାରୁ ୧୧୧ ବର୍ଷ ପୂର୍ବେ ଏହି ଭବିଷ୍ୟବାଣୀ କରିଥିଲେ, ଯାହାକୁ ନେଇ ସାରା ଦୁନିଆରେ ଭୟର ବାତାବରଣ ଦେଖାଦେଇଛି ।