26.1 C
Bhubaneswar
Tuesday, September 17, 2024
Homeଅପରାଧଚାକିରି ଦେବା ନାମରେ ଠକେଇ,ଧରାପଡିିଲେ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ

ଚାକିରି ଦେବା ନାମରେ ଠକେଇ,ଧରାପଡିିଲେ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ

ଭୁବନେଶ୍ୱର: ବହୁ ଚର୍ଚ୍ଚିତି ଚାକିରି ଦେବା ନାମରେ ଦେଢ କୋଟି ଟଙ୍କା ଠକେଇ ଅଭିଯୋଗରେ ଜୟନ୍ତ ମହାନ୍ତି ନାମକ ଜଣେ ଯୁବକଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପୁଲିସ । ଗିରଫ ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ବାଲେଶ୍ୱର ଜିଲା ଚନ୍ଦନେଶ୍ୱର ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଏହି ଅଭିଯୋଗରେ ୨ ଅଭିଯୁକ୍ତ ବୈକୁଣ୍ଠ ନାଏକ ଏବଂ ଭୀମସେନ୍ ମହାରଣାଙ୍କୁ ଗିରଫ କରାଯାଇଥିଲା । ହେଲେ ଜୟନ୍ତ ଡରରେ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ହେଲେ କ୍ରାଇମ୍‌ବ୍ରାଞ୍ଚ କିନ୍ତୁ ତାଙ୍କ ପିଛା ଛାଡି ନ ଥିଲା । ସେ ବାଲେଶ୍ୱର ଫେରିବା ମାତ୍ରେ ତାଙ୍କୁ ଖାପ୍ କିନା ମାଡିବସିଥିଲା କ୍ରାଇମ୍‌ବ୍ରାଞ୍ଚ । ତେବେ କ୍ରାଇମ୍‌ବ୍ରାଞ୍ଚର ସୂଚନା ଅନୁଯାୟୀ ଏକ ଗ୍ୟାଙ୍ଗ୍ ବେକାରି ଯୁବକମାନଙ୍କୁ ଚାକିରି ଦେବାକୁ କହି ସେମାନଙ୍କଠାରୁ ପ୍ରାୟ ଦେଢ କୋଟି ଟଙ୍କା ଠକେଇ କରିଥିଲା ।

ଠକେଇର ଶିକାର ହୋଇଥିବା ପ୍ରାୟ ୩୮ ଜଣ ଯୁବକ ଏନେଇ କ୍ରାଇମ୍‌ବ୍ରାଞ୍ଚ ନିକଟରେ ୨୦୨୦ରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ଯୁଗ୍ମ ପୁଲିସ ସେବା ପରୀକ୍ଷା ଅନୁଷ୍ଠିତ ହୋଇଥିଲ ଏଥିରେ ସବ୍ ଇନିସ୍‌ପେକ୍ଟ ଏବଂ ଡେପ୍ୟୁଟି ସୁବେଦାର ପଦକୁ ଭରାଯିବା ନେଇ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାହାର ଅନ୍ତିମ ପର୍ଯ୍ୟାୟ ଫଳାଫଳ ୨୦୧୬ ମସିହାରେ ପ୍ରକାଶ ପାଇଥିଲା । ଏହାର ଏକ ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଇବା ନେଇ ଏକ ଗୁଜବ ଚାରିଆଡେ ବ୍ୟାପିଥିଲା । ତେବେ ଇଣ୍ଟରଭ୍ୟୁ ଦେଇ କୃତକାର୍ଯ୍ୟ ହୋଇ ନ ଥିବା ପାର୍ଥୀ ଗୁଜବ ଶୁଣି ଉତ୍ସାହିତ ହୋଇପଡିଥିଲେ ।

ଯାହାର ଏହି ତିନି ଜଣିଆ ଗ୍ୟାଙ୍ଗ୍ ଫାଇଦା ଉଠାଇଥିଲେ । ପୂର୍ବରୁ ଗିରଫ ହୋଇଥିବା ୨ ଅଭିଯୁକ୍ତ ବୈକୁଣ୍ଠ ଏବଂ ଭୀମେଶ୍ୱର ନିଜକୁ ଗୃହ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ଏଥିପାଇଁ ସେ ନକଲି ଆଇଡେଣ୍ଟି କାର୍ଡ ମଧ୍ୟ ଦେଖାଇଥିଲେ । ତେବେ ଚାକିରି କରାଇଦେବା ପାଇଁ ଜଣେ ଆଶାୟୀଙ୍କ ଠାରୁ ପ୍ରାୟ ୫ ଳକ୍ଷ ଟଙ୍କା ଦାବି କରାଯାଇଥିଲା । ଠକେଇର ଶିକାର ହୋଇଥିବା ଯୁବକମାନେ ଉଭୟ ନଗଦ ଟଙ୍କା ଏବଂ ଆକାଉଣ୍ଟରେ ଟଙ୍କା ଦେଇଥିଲେ । ତେବେ ଠକେଇ ସମ୍ପର୍କରେ ଜଣା ପଡିବା ପରେ କ୍ରାଇମ୍‌ବ୍ରାଞ୍ଚରେ ଅ୍ରଭିଯୋଗ ହୋଇଥିଲା । କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking