ନୂଆଦିଲ୍ଲୀ: ୟୁକ୍ରେନରେ ଆଉ ଜଣେ ଛାତ୍ର ମୃତ । ଭାରତୀୟ ଛାତ୍ରଙ୍କ ଭାରତୀୟଙ୍କୁ ଉଦ୍ଧାର କରିବା ପାଇ ପ୍ରୟାସ ଜାରୀ ରହିଥିବାବେଳେ ପୁଣି ୟୁକ୍ରେନରୁ ଆସିଲା ଦୁଃଖଦ ଖବର। ଗତକାଲି ଋଷର ବୋମାମାଡ଼ରେ କର୍ଣ୍ଣାଟକର ଛାତ୍ର ନବୀନଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଛି। ତେବେ ଋଷର ଆକ୍ରମଣ ପାଇଁ ନୁହେଁ ବରଂ ବ୍ରେନ ଷ୍ଟ୍ରୋକ ପାଇଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ନାଁ ହେଉଛି ଚନ୍ଦନ ଜିନ୍ଦଲ(୨୨)ହୋଇଥିବା ବେଳେ ସେ ପଞ୍ଜାବର ବାସିନ୍ଦା ବୋଲି କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ଚନ୍ଦନ ଜିନ୍ଦଲ ୟୁକ୍ରେନର ଭିନିଟିସିଆ ନ୍ୟାସନାଲ ପାଇରୋଗୋଭ ମେମୋରିଆଲ ମେଡିକାଲ ୟୁନିଭରସିଟିରେ ଅଧ୍ୟୟନ କରୁଥିଲେ। ହଠାତ୍ ସେ ଅସୁସ୍ଥ ହେବା ପରେ ତାଙ୍କୁ ଭିନିଟିସିଆର ଜରୁରୀକାଳୀନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ। ପରେ ମସ୍ତିଷ୍କରେ ଇସକିମିଆ ଷ୍ଟ୍ରୋକରେ ପୀଡିତ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସେ ଚିକିତ୍ସିତ ଅବସ୍ଥାରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି। ମୃତ୍ୟୁ ଖବର ମିଳିବା ପରେ ଶେଷ ରୀତିନୀତି ପାଇଁ ତାଙ୍କ ଶରୀରକୁ ଭାରତ ଆଣିବା ନେଇ ବ୍ୟବସ୍ଥା କରିବାକୁ ତାଙ୍କ ବାପା କେନ୍ଦ୍ରକୁ ଅନୁରୋଧ କରିଛନ୍ତି।