29.3 C
Bhubaneswar
Tuesday, May 20, 2025
Homeଦେଶ ବିଦେଶଭାରତକୁ ଆଉ ଏକ ସ୍ୱର୍ଣ୍ଣ, ମୋଟ ପଦକ ସଂଖ୍ୟା ୨୪ ଛୁଇଁଲା

ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ମୋଟ ପଦକ ସଂଖ୍ୟା ୨୪ ଛୁଇଁଲା

ନୂଆଦିଲ୍ଲୀ:ଏସିଆନ୍ ଗେମସ ସୁଟିଂରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି । ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛି ଭାରତ । ଅର୍ଜୁନ ଚିମା, ସରବଜୋତ ସିଂ, ଶିବ ନରୱା ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ ପଦକ ଜିତିଛନ୍ତି । ସେହିପରି ଉସୁରେ ଭାରତକୁ ରୌପ୍ୟ ପଦକ ମିଳିଛି । ଉସୁ ୬୦ କେଜି ବିଭାଗରେ ରୋସିବିନା ଦେବୀ ନାଓରେମ ରୌପ୍ୟ ପଦକ ଜିତିଛନ୍ତି । ୬ ସ୍ୱର୍ଣ୍ଣ, ୮ ରୌପ୍ୟ, ୧୦ ବ୍ରୋଞ୍ଜ ସହ ଭାରତକୁ ୨୪ ପଦକ ମିଳିଛି ।

ଏହା ପୂର୍ବରୁ ଚତୁର୍ଥ ଦିନରେ ମଧ୍ୟ ଦୁଇଟି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା ଭାରତ। ମହିଳା ସୁଟିଂରେ ଗୋଲ୍ଡ ମେଡାଲ ଜିତି ସାରିଛନ୍ତି ସୁଟର ସିପ୍ତ କୌର ସାମ୍ରା । ଏସୀୟ କ୍ରୀଡ଼ା ରେକର୍ଡ ସହ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି ସାମ୍ରା । ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଇଭେଣ୍ଟରେ ତାଙ୍କୁ ଏହି ସଫଳତା ମିଳିଛି । ଏହି ଇଭେଣ୍ଟରେ ବ୍ରୋଞ୍ଜ୍ ମଧ୍ୟ ଜିତିଛନ୍ତି ଭାରତର ଆଶି ଚୋକସି । ଆଜି ସୁଟିଂରେ ଭାରତକୁ ୫ ପଦକ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking