ଭୁବନେଶ୍ୱର: ଆଜି ରାଜ୍ୟରେ ୨୪ ଘଣ୍ଟାରେ ୨୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାେ ଜଣାପଡିଛି । ଏହା ସହିତ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୪୫ ହଜାର ୨୦୦କଚ ବୃଦ୍ଧି ହୋଇଛି । ଆକ୍ଟିଭ ସଂଖ୍ୟା ୪୦୬୬,ସୁସ୍ଥ ହେଲେ ୧୮୭ ଜଣ । ସୋନପୁରରେ ୭୦ ବର୍ଷୀୟ ବୃଦ୍ଧଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସେ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ଥିଲେ । ଝାରସୁଗୁଡ଼ାର ୬୫ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ମୃତକ କରୋନା ସହିତ କିଡ୍ନୀ ସଂକ୍ରମଣ ଓ ଶ୍ୱାସରେ ପୀଡ଼ିତ ଥିଲେ । ଏହାପରେ ଆଉ ଜଣେ ୮୦ ବର୍ଷୀୟ ବରିଷ୍ଠଙ୍କ ମୃତ୍ୟୁ ହୋଇଥିଲା । ଏସ୍ସିବି କୋଭିଡ୍ ହସ୍ପିଟାଲରେ ସେ ଚିକିତ୍ସିତ ଥିଲେ ।
ସେହିପରି ଖୋର୍ଦ୍ଧାର ୭୫ ବର୍ଷି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସେ କରୋନା ବ୍ୟତୀତ ଟିବିରେ ପୀଡ଼ିତ ଥିଲେ । ପୁରୀର ୮୬ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସେ କରୋନା ସହିତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ବର୍ତ୍ତମାନ ବରିଷ୍ଠଙ୍କ ଲାଗି ବିପଦ ବଢ଼ିବାରେ ଲାଗିଛି । ବରିଷ୍ଠ ଅଧିକ ସତର୍କ ରହିବାକୁ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । ହେଲେ କରୋନା ନିୟମ ପାଳନ କ୍ଷେତ୍ରରେ ସେମାନେ ଅବହେଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ଚଳିତ ମାସରେ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଉପରେ ରହୁଛି । ଆଉ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪ହଜାର ପାର କଲାଣି ।