37.1 C
Bhubaneswar
Friday, May 17, 2024
Homeଅପରାଧଠକ ତାନ୍ତ୍ରିକ ମୌଲାନା କୈଫ ଖାଁ ନାଁ ରେ ଆଉ ଏକ ମାମଲା; ଘର ପଛପଟେ...

ଠକ ତାନ୍ତ୍ରିକ ମୌଲାନା କୈଫ ଖାଁ ନାଁ ରେ ଆଉ ଏକ ମାମଲା; ଘର ପଛପଟେ ସୁନାଇଟା ଥିବା କହି ୫ଲକ୍ଷ ଲୁଟ୍

କଟକ: ଭଣ୍ଡ ତାନ୍ତ୍ରିକ ମୌଲାନା କୈଫ ଖାଁ ଗତକାଲି ଠକେଇ ଅଭିଯୋଗରେ ଗିରଫ ହୋଇଥିବାବେଳେ ତା’ ବିରୋଧରେ ଆଜି ପୁଣି ଆଉ ଗୋଟେଏ ଅଭିଯୋଗ ଥାନାରେ ରୁଜୁ ହୋଇଛି । ସେ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ସୁନାଇଟା ଥିବା କହି ୫ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଏନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି । ଗତକାଲି ରାଣୀହାଟ ଅଞ୍ଚଳର ଶର୍ମିଳା ସେନଙ୍କୁ ଠକେଇ କରି ଗିରଫ ହୋଇଥିବା କୈଫ ନାମରେ ଆଜି ଆଉ ୨ଜଣ ଅଭିଯୋଗକାରୀ ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲାର ବହୁ ଦରଡ଼ା ଗ୍ରାମର ଶେଖ ଜବୁର ଇସଲାମ ମଧ୍ୟ ଠକାମୀର ଶିକାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏହି ବ୍ୟକ୍ତିଙ୍କ ଘରେ କିଛି ସମସ୍ୟା ଥିବାରୁ ଶେଖ ଜବୁର ଏହାର ସମାଧାନ ପାଇଁ ମୌଲାନା କୈଫଙ୍କ ପାଖକୁ ଆସିଥିଲେ । କୈଫ ତାଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ ତାଙ୍କ ଘରକୁ ପୂଜା ମନ୍ତ୍ର ଦ୍ୱାରା ବନ୍ଦି କରିବାକୁ କହିଥିଲେ । ଏଥିସହିତ ସେ ନିଜେ ଯାଇ ତାଙ୍କ ଘରେ ପୂଜାପାଠ କରି ଏହାକୁ ବନ୍ଦି କରିଥିଲେ । ପରେ ତାଙ୍କ ଘର ପାଖରେ ଥିବା ଏକ ନିମ୍ବ ଗଛ ପାଖରେ ମାଟି ତଳେ ଏକ ସୁନା ଇଟା ଅଛି ବୋଲି କହିଥିଲେ । ସେହି ଇଟାକୁ ବାହାର କରି ଦେଲେ ଘରେ ଆଉ ଅଶାନ୍ତି ରହିବ ନାହିଁ ବୋଲି ସେ କହିଥିଲେ ।

ମୌଲାନା କୈଫ ନିଜେ ସେହି ଇଟାକୁ ଖୋଳି ବାହାର କରିଥିଲେ । ସେ ଆହୁରି କହିଛନ୍ତି, ବାହାର କରିଥିବା ଇଟାକୁ ସେ ସୁନାଇଟା ବୋଲି କହିଥିଲେ । ଏହାକୁ ବିକ୍ରି କଲେ ଗୋଟିଏ କୋଟିରୁ ଅଧିକ ଟଙ୍କା ହେବ ବୋଲି କହିଥିଲେ । ସେଥିପାଇଁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କହିଥିଲେ । ରାଜସ୍ଥାନରୁ କସ୍ତୁରୀ ଆଣି ସୁଦ୍ଧି କରିବା ପରେ ସେହି ଇଟାକୁ ସେ ବଜାରରେ ବିକ୍ରି କରିଦେବେ ବୋଲି କହିଥିଲେ । ସେଥିରୁ ଯାହା ପଇସା ହେବ ତାକୁ ସେ ଦେଇଦେବେ ବୋଲି କହି ଇଟାକୁ ନେଇ ଆସିଥିଲେ । ତେଣୁ ସେ ଓ ତାଙ୍କ ବାପା ମୌଲାନା କୈଫଙ୍କ ଘରକୁ ଯାଇ ୫ଲକ୍ଷ ଟଙ୍କା ଦେଇଥିଲେ ।

୨ମାସ ତଳେ କୈଫଙ୍କ ଘରକୁ ଯାଇ ଇଟା ବାବଦରେ ପଚାରିବାରୁ ସେ ଉକ୍ତ ଇଟା ଫେରାଇ ଦେଇଥିଲେ । ଇଟା ବାବଦକୁ ଦେଇଥିବା ୫ଲକ୍ଷ ଟଙ୍କା ମାଗିବାରୁ ଦେଇନଥିଲେ । ପରେ ସେ ଜାଣିବାକୁ ପାଇଲେ ଯେ ତାହା ସୁନା ଇଟା ନୁହେଁ କପର୍‌ରେ ତିଆରି ଇଟା । ତେଣୁ ସେ କୈଫଙ୍କ ଦ୍ୱାରା ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ପୁନଶ୍ଚ କୈଫ କିଶନ ନଗର ଥାନା ଅନ୍ତର୍ଗତ ସୋମପୁର ଗ୍ରାମର ଜନୈକା ମହିଳାଙ୍କୁ ବ୍ୟବସାୟ କରାଇଦେବ ବୋଲି ୧୫ଲକ୍ଷ ଟଙ୍କା ଲୁଟିଥିବା ଭଳି ଥାନାରେ ଅଭିଯୋଗ ହୋଇଥିବା ଆଇଆଇସି ଶ୍ରୀ ଜେନା କହିଛନ୍ତି । ତେବେ କୈଫକୁ ରିମାଇଣ୍ଡରେ ଆଣିବା ପରେ ଆହୁରି ଅନେକ ଗୁମର ଫିଟିବ ବୋଲି କମିଶନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking