31.1 C
Bhubaneswar
Thursday, April 30, 2026
Homeଓଡିଶାଆସୁଛି ଆଉ ଏକ ବଡ଼ ଲଘୁଚାପ

ଆସୁଛି ଆଉ ଏକ ବଡ଼ ଲଘୁଚାପ

ଭୁବନେଶ୍ୱର : ଆସୁଛି ଆଉ ଏକ ବଡ଼ ଲଘୁଚାପ । ଗୋଟିଏ ପରେ ଗୋଟିଏ ଲଘୁଚାପ ଧାଡ଼ିବାନ୍ଧି ଆସିବାରେ ଲାଗିଛି । ଆସନ୍ତା ୨୪ ଘଣ୍ଟା ଭିତରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ନିକଟ ସମୁଦ୍ରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରକାଶ ଯେ ବୁଧବାର ମାଲାକନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ବର୍ଷା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ସେହିପରି ଗୁରୁବାର ମଧ୍ୟ ବିଭିନ୍ନ ଜିଲ୍ଲାରେ ସମାନ ସ୍ଥିତି ଜାରି ରହିବା ନେଇ କେନ୍ଦ୍ର କହିଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ତଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବା ସହ ମାଟି ରାସ୍ତା ପ୍ରଭାବିତ ହେବା ଆଶଙ୍କା ମଧ୍ୟ ରହିଛି। ସେହିପରି ପହାଡ଼ିଆ ଅଞ୍ଚଳରେ ଭୂ-ସ୍ଖଳନ ନେଇ ମଧ୍ୟ ପାଣିପାଗ କେନ୍ଦ୍ର ଆଶଙ୍କା ପ୍ରକଟ କରିଛି। ଅନ୍ୟପଟେ ମଙ୍ଗଳବାରା ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବଲାଙ୍ଗିରରେ ସର୍ବାଧିକ ୯୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ଡି ୬୧, ଅନୁଗୁଳ ୬୦, ବୌଦ୍ଧ ଓ ନବରଙ୍ଗପୁରରେ ୫୭, ଦାରିଙ୍ଗବାଡ଼ି ୪୪, କେନ୍ଦୁଝର ୩୭, ରାଉରକେଲା ଓ କୋରାପୁଟ ଏବଂ ରାଉରେକାଲ ୩୬, ଫୁଲବାଣୀ ୩୩ ଓ ଖୋର୍ଦ୍ଧାରେ ୨୯ ମିମି ବର୍ଷା ରେକର୍ଡ କରାଯାଇଛି। ମୌସୁମୀରେ ରାଜ୍ୟରେ ଜୁନ୍‌ ୧ରୁ ଏଯାବତ୍‌‌ ୫୪୬.୮ ମିମି ବର୍ଷା ରେକର୍ଡ ହୋଇଛି। ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ୱାଭାବିକଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୨ଜିଲ୍ଲାରେ ଅଧିକ ବର୍ଷା ଓ ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ବାକି ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ନେଇ କେନ୍ଦ୍ର କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking