35.1 C
Bhubaneswar
Thursday, May 7, 2026
Homeଅପରାଧଭିଜିଲାନ୍ସ ଜାଲରେ ଆଉଜଣେ ବଡ଼ବାବୁ : ଠାବ ହେଲା ୨ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତି

ଭିଜିଲାନ୍ସ ଜାଲରେ ଆଉଜଣେ ବଡ଼ବାବୁ : ଠାବ ହେଲା ୨ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତି

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଆଉଜଣେ ବଡ଼ବାବୁ । ଆଉ କିଛି ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି। ତେବେ ଭୁବନେଶ୍ୱର ଅବକାରୀ ଯୁଗ୍ମ କମିସନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସମସ୍ତଙ୍କୁ ଚକମା ଦେଇ ଅମାପ ସମ୍ପତ୍ତି ଠୁଳ କରିଥିଲେ ରାମଚନ୍ଦ୍ର ମିଶ୍ର । ସମ୍ପତ୍ତି ଗୁଡିକୁ ନିଜ ନାଁରେ କରିବା ସହ ନିଜ ପତ୍ନୀ, ଭାଇ ଓ ପରିବାର ଲୋକଙ୍କ ନାଁରେ ଅମାପ ସମ୍ପତ୍ତି ରଖିଥିବା ଜଣାପଡିଥିଲା।ସୋମବାର ତାଙ୍କର ଅଫିସ ସହ ଅନ୍ୟ ୧୦ଟି ସ୍ଥାନରେ ଅତର୍କିତ ଚଢଉ ହୋଇଥିଲା। ଏହି ସମୟ ଭିତରେ ଭିଜିଲାନ୍ସ ଟିମକୁ ଏବେ ସୁଦ୍ଧା ୨ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ସମ୍ପତ୍ତି ମିଳିଛି। ଏହାସହ ଭିଜିଲାନ୍ସକୁ ମିଳିଛି ବିଭିନ୍ନ ସ୍ଥାନରେ ଥିବା ୫୨ଟି ପ୍ଲଟ, ଫାର୍ମ ହାଉସ୍ ସହ ରାଇସ୍ ମିଲର ଠିିକଣା। ବରଗଡ଼ରେ ରହୁଥିବା ବଦ୍ରିପ୍ରସାଦ ଆପର୍ଟମେଣ୍ଟରେ ମଧ୍ୟ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍। ତେବେ ଏହି ଆପର୍ଟମେଣ୍ଟରେ ଥିବା ଘର କାହାର ସେ ନେଇ ଅଧିକ ପଚରାଉଚରା କରୁଛି ଟିମ୍। ପୂର୍ବରୁ ରାମଚନ୍ଦ୍ର ମିଶ୍ର ବରଗଡ଼ରେ ଅବକାରୀ ଅଧୀକ୍ଷକ ଦାୟିତ୍ଵରେ ମଧ୍ୟ ରହିଥିବା ନେଇ ସୂଚନା ମିଳିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼, ଭୁବନେଶ୍ୱର, ସୋନପୁର ଓ ବଲାଙ୍ଗିର ଘର ସମେତ ୧୦ଟି ସ୍ଥାନରେ ଚଢ଼ଉ ଚାଲିଛି ଭିଜିଲାନ୍ସ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking