27.6 C
Bhubaneswar
Friday, June 6, 2025
Homeଦେଶ ବିଦେଶ୪ ରାଜ୍ୟରେ ନୂଆ ବିଜେପି ସଭାପତିଙ୍କ ନାମ ଘୋଷଣା

୪ ରାଜ୍ୟରେ ନୂଆ ବିଜେପି ସଭାପତିଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଙ୍ଗଠନ ସଜାଡୁଛି ଭାରତୀୟ ଜନତା ପାର୍ଟି । ଏହିକ୍ରମରେ ଆଜି ଦଳ ୪ଟି ରାଜ୍ୟରେ ନିଜର ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ପଞ୍ଜାବ ସହିତ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଭାରତୀୟ ଜନତା ପାର୍ଟି ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଛି । ଝାଡଖଣ୍ଡରେ ବାବୁଲାଲ ମାରାଣ୍ଡିଙ୍କୁ ବିଜେପି ନିଜର ନୂଆ ଅଧ୍ୟକ୍ଷ ଦାୟିତ୍ୱ ଦେଇଥିବାବେଳେ, ସୁନୀଲ ଜାଖଡଙ୍କୁ ପଞ୍ଜାବର ଦାୟିତ୍ୱ ଦେଇଛି ଦଳ । ସେହିପରି ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ତା ସହିତ ତେଲେଙ୍ଗାନାର ନୂଆ ଅଧ୍ୟକ୍ଷ ହେଇଛନ୍ତି ଜି କିଶନ ରେଡ୍ଡୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking