26.1 C
Bhubaneswar
Tuesday, September 17, 2024
Homeବଲିଉଡରିଲିଜ ହେଲା ଫିଲ୍ମ ‘ଆନିମଲ୍‌’ର ଟ୍ରେଲର, ଦମଦାର ଚରିତ୍ରରେ ନଜର ଆସିଲେ ରଣବୀର

ରିଲିଜ ହେଲା ଫିଲ୍ମ ‘ଆନିମଲ୍‌’ର ଟ୍ରେଲର, ଦମଦାର ଚରିତ୍ରରେ ନଜର ଆସିଲେ ରଣବୀର

ମୁମ୍ବାଇ: ୨୦୨୩ ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ୍‌’ର ଟ୍ରେଲର ରିଲିଜ ହୋଇଯାଇଛି । ଟ୍ରେଲରରେ ଏପରି ଧମାକାଦାର ଆକ୍ସନ ସିନ୍ ରହିଛି ଯାହାକୁ ଦେଖି ଦର୍ଶକ ଖୁବ ପ୍ରଶଂସା କରିଛନ୍ତି । ରଣବୀର କପୁର ତାଙ୍କର ସିନେମା କ୍ୟାରିୟରରେ ପ୍ରଥମ ଥର ପାଇଁ ଏଭଳି ଭୟାନକ ଚରିତ୍ରରେ ନଜର ଆସିଛନ୍ତି । ଯାହାକୁ ଦେଖିଲା ପରେ ଦର୍ଶକମାନେ ରଣବୀରଙ୍କ ଅଭିନୟ ଦେଖିବା ପାଇଁ ସିନେମା ଘରକୁ ଟାଣି ହୋଇଯିବେ ।ସେହିଭଳି ଫିଲ୍ମରେ ରଣବୀର କାପୁରଙ୍କୁ କଡ଼ା ଟକ୍କର ଦେଇଛନ୍ତି ବବି ଦେଓଲ । ଟ୍ରେଲରୁ ଜଣା ପଡୁଛି କି ଫିଲ୍ମରେ ବବି ଦେଓଲଙ୍କୁ ସ୍କ୍ରିନରେ ଖୁବ କମ୍ ସମୟ ମିଳିଥିବ କିନ୍ତୁ ସେହି ସ୍ୱଳ୍ପ ସମୟରେ ବବି ତାଙ୍କର ଦମଦାର ଅଭିନୟର ଯାଦୁ ଦେଖାଇଛନ୍ତି । ଏହି ଫିଲ୍ମରେ ବବି ଦେଓଲ ଭିଲେନ ଭୂମିକାରେ ଖୁବ ଭୟଙ୍କର ନଜର ଆସିଛନ୍ତି । ଟ୍ରେଲରରେ ମୁଖ୍ୟ ସିନ୍ ରଣବୀର କପୁର ଏବଂ ବବି ଦେଓଲଙ୍କ ଫାଇଟିଂ ସିନ୍ ରହିଛି । ଏଥିରେ ୫୪ ବର୍ଷୀୟ ବବି ପାୱାରଫୁଲ ଗରମ ମିଜାଜ ସହିତ ରଣବୀରଙ୍କ ସହିତ ଫାଇଟିଂ କରୁଛନ୍ତି । ଯାହା ଟ୍ରେଲରର ଶେଷ ଭାଗରେ ରହିଛି । ଏହି ଫିଲ୍ମରେ ଦମଦାର ଅଭିନୟ ପାଇଁ ରଣବୀର କପୁର ଏବଂ ବବି ଦେଓଲଙ୍କୁ ସେମାନଙ୍କ ସିନେମା କ୍ୟାରିୟରକୁ ଏକ ନୂଆ ଦିଶା ଦେବ । ଟ୍ରେଲରରେ ଏପରି ଧମାକାଦାର ଅଭିନୟ ଦେଖି ସମ୍ପୂର୍ଣ୍ଣ ସିନେମା ଦର୍ଶକଙ୍କୁ ଏକ ଶ୍ରେଷ୍ଠ ଫିଲ୍ମ ଉପହାର ଦେଇପାରେ । ଫିଲ୍ମ ୧ ଡିସେମ୍ବରରେ ରିଲିଜ ହେବ । ଫିଲ୍ମରେ ଅନିଲ କପୁର ଏବଂ ରଶ୍ମିକା ମନ୍ଦାନା ଅନ୍ୟ ପ୍ରମୁଖ ଚରିତ୍ରରେ ନଜର ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking