30.1 C
Bhubaneswar
Friday, May 3, 2024
Homeଓଡିଶାରାସ୍ତାକାମକୁ ରୋକିଛି ଆନ୍ଧ୍ର  

ରାସ୍ତାକାମକୁ ରୋକିଛି ଆନ୍ଧ୍ର  

ପାରଳାଖେମୁଣ୍ଡି : ଆନ୍ଧ୍ର ପ୍ରଦେଶର ମନମାନି ଦିନକୁ ଦିନ ସୀମାନ୍ତରେ ବଢି ଚାଲିଛି । ଓଡିଶାର ଖଣି, ପାଣି, କ୍ଷୀର, ବାଲି ଆଦି ଲୁଟି ନେବା ପରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧକ ସାଜୁଥିବାର ଖବର ନଜରକୁ ଆସିଛି । ଓଡିଶା ଜମିରେ ପ୍ରଶାସନ ରାସ୍ତା ନିର୍ମାଣ କରୁଥିବା ବେଳେ ନିଜର ଜମି ଦର୍ଶାଇ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି ଆନ୍ଧ୍ରର କିଛି ଜମି ମାଫିଆ । ଏପରି ଦୃଶ୍ୟ ଆନ୍ଧ୍ର ଓଡିଶା ସୀମାନ୍ତ ଗଜପତି ଜିଲ୍ଲା ଅନ୍ତର୍ଗତ ଗଙ୍ଗାବାଡ-ଚମ୍ପାପୁର ରାସ୍ତା ନିର୍ମାଣକୁ ନେଇ ଆସିଛି । ଗଜପତି ଜିଲ୍ଲାର ଗଙ୍ଗାବାଡ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଚମ୍ପାପୁର ୬ କିମି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅର୍ଥ ମଞ୍ଜୁର ପରେ କାର୍ଯ୍ୟ ଆରମ୍ଭ ହୋଇଛି ।

କାର୍ଯ୍ୟ ଆରମ୍ଭର କିଛି ଦିନ ପରେ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି ଆନ୍ଧ୍ର ଜମି ମାଫିଆ । ମହେନ୍ଦ୍ରଗିରି ପାଦ ଦେଶରେ ଚମ୍ପାପୁର ନିକଟରେ ରହିଥିବା ଏକର ଏକର ଜିମକି ଆନ୍ଧ୍ରର ଚାଷୀ ନିଜ ଅକ୍ତିଆରରେ ରଖି ଚାଷବାସ କରୁଥିବା ବେଳେ ବିଭିନ୍ନ ସମୟରେ ଓଡିଶା ଏବଂ ଆନ୍ଧ୍ରର ଚାଷୀ ମୁହାଁମୁହିଁ ହୋଇଛନ୍ତି । ଏବେ ପ୍ରଶାସନ ଅଞ୍ଚଳର ବିକାଶ ପାଇଁ ରାସ୍ତା ନିର୍ମାଣ କରୁଥିବା ବେଳେ କେତେକ ଆନ୍ଧ୍ର ଚାଷୀ ସେହି ଜମି ତାଙ୍କର ଦର୍ଶାଇ ଉନ୍ନୟନ କାର୍ଯ୍ୟକୁ ବନ୍ଦ କରି ରଖିଛନ୍ତି । କାର୍ଯ୍ୟ ବନ୍ଦ ପରେ ପ୍ରଶାସନକୁ ଜଣାଇଥିଲେ ସୁଧା କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଫଳରେ ଗୋଟିଏ ମାସରୁ ଅଧିକ ସମୟ ହେଲା କାର୍ଯ୍ୟ ବନ୍ଦ ହୋଇ ରହିଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି, ସୀମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏହି ପଞ୍ଚାୟତରେ ଏକ ରାଜସ୍ୱ କାର୍ଯ୍ୟାଳୟ ଖୋଲାଯିବା ସହ ଘଟଣାସ୍ଥଳକୁ ଏକ ସ୍ୱତନ୍ତ୍ର ଟିମ୍ ପଠାଇ ବିବାଦର ସମାଧାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking