22.1 C
Bhubaneswar
Friday, January 10, 2025
Homeଓଡିଶାକୋଟିଆରେ ପାୱାର ପ୍ଲାଣ୍ଟ୍ ପାଇଁ ଆନ୍ଧ୍ରର ଚକ୍ରାନ୍ତ

କୋଟିଆରେ ପାୱାର ପ୍ଲାଣ୍ଟ୍ ପାଇଁ ଆନ୍ଧ୍ରର ଚକ୍ରାନ୍ତ

ଜୟପୁର: ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ କୋଟିଆକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ବାରମ୍ବାର ଅନୁପ୍ରବେଶ କରିଚାଲିଛି ଆନ୍ଧ୍ର ପ୍ରଶାସନ। ମଙ୍ଗଳବାର ତଳ ଗଞ୍ଜେଇପଦରରେ ଆନ୍ଧ୍ର ଅଧିକାରୀ ହାଇଡ୍ରୋ ପାୱାର ପ୍ଲାଣ୍ଟ ପାଇଁ ଜମି ସର୍ଭେ କରୁଥିବା ବେଳେ ଘଉଡ଼ାଇଛନ୍ତି ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ । ତଳ ଗଞ୍ଜେଇପଦରରେ ୬୬୦୦ ମେଗା ୱାଟର ପମ୍ପେଡ୍ ଷ୍ଟୋରେଜ୍ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ଲାଗି ଜାଗା ଚିହ୍ନଟ ଚାଲିଥିଲା । ଏହି ସମୟରେ ବିଧାୟକ ସେଠି ପହଞ୍ଚିବା ସହ ଓଡ଼ିଶା ଭିତରେ କାହା ଅନୁମତିରେ ପ୍ରବେଶ କରି ସର୍ଭେ କରୁଛ ବୋଲି ପ୍ରଶ୍ନ କରିଥିଲେ । ବିଧାୟକ ଓ ଆନ୍ଧ୍ରର ସର୍ଭେ ପାଇଁ ଆସିଥିବା ଅଧିକାରୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ହୋଇଥିଲା ।

ବିଧାୟକଙ୍କ ବଳିଷ୍ଠ ଯୁକ୍ତି ଓ ପ୍ରତିବାଦ ପରେ ସର୍ଭେ ନକରି ଫେରିବାକୁ ବାଧ୍ୟ ହୋଇଥିଲେ ଆନ୍ଧ୍ର ଅଧିକାରୀ । ପଟାଙ୍ଗୀ ଲ୍ୟାମ୍ପ ଦ୍ୱାରା ବଳରାମ ଯୋଜନାରେ ଚାଷୀଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳେ ବିଧାୟକ ସର୍ଭେକୁ ବିରୋଧ କରିଥିଲେ । ସର୍ଭେ ପାଇଁ ଆନ୍ଧ୍ରର ବିଜୟନଗରମ ଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀ ବିଜୟ କୁମାର ରାଜୁଙ୍କ ସହ ଆଦାନୀ ଗ୍ରୁପର ୨ ଜଣ, ବେଙ୍ଗଲୁରୁ ଟିସିଏସର ଜଣେ, ତାମିଲନାଡୁ ଟିସିଏସର ଜଣେ ଏବଂ ଚାୱଲା ଗ୍ରୁପର ଜଣେ ଅଧିକାରୀ ତଳ ଗଞ୍ଜେଇପଦର ଆସିଥିବା ଜଣାପଡ଼ିଛି । ଏହି ସମୟରେ ସେହି ବାଟ ଦେଇ ଫେରୁଥିବା ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ପଟାଙ୍ଗି ବ୍ଲକ୍ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି ଆନ୍ଧ୍ରର ଅଧିକାରୀଙ୍କୁ ବିରୋଧ  କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking