22.1 C
Bhubaneswar
Friday, November 15, 2024
Homeଦେଶ ବିଦେଶ‘ଅଫ୍‌ଲାଇନ୍‌ କ୍ଲାସ୍‌’ରେ ଯୋଗ ଦେବାକୁ ବାପା-ମାଆ ବାଧ୍ୟ କରିବାରୁ ଜୀବନ ହାରିଲେ ନାବାଳିକା

‘ଅଫ୍‌ଲାଇନ୍‌ କ୍ଲାସ୍‌’ରେ ଯୋଗ ଦେବାକୁ ବାପା-ମାଆ ବାଧ୍ୟ କରିବାରୁ ଜୀବନ ହାରିଲେ ନାବାଳିକା

ଶ୍ରୀକାକୁଲମ୍‌: ‘ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିସ୍‌’ରେ (ଆଇଆଇଆଇଟି-ଶ୍ରୀକାକୁଲମ୍‌) ପଢୁଥିବା ଆନ୍ଧ୍ରପ୍ରଦେଶ ବିଜୟନଗରମ୍‌ର ଜଣେ ନାବାଳିକା ବୁଧବାର ତାଙ୍କ ହଷ୍ଟେଲ୍‌ କକ୍ଷରେ ଆତ୍ମହତ୍ୟା କରିଛନ୍ତି। ନାବାଳିକାଙ୍କ ପ୍ରକୋଷ୍ଠର କବାଟ ଭିତରୁ ବନ୍ଦ ଥିବା କଥା କେତେଜଣ ଝିଅ ଲକ୍ଷ୍ୟ କରିବା ପରେ କଲେଜ କର୍ମଚାରୀମାନେ ପ୍ରକୃତ ଘଟଣା ଜାଣିବାକୁ ପାଇଥିଲେ। କବାଟ ଭାଙ୍ଗି ସେମାନେ ଦେଖିଲେ, ନାବାଳିକା ପଙ୍ଖାରେ ଫାଶୀ ଲଗାଇ ମରିଯାଇଛନ୍ତି। ମୃତା ନାବାଳିକା ହେଉଛନ୍ତି ବିଜୟନଗରମ୍‌ ଅନ୍ତର୍ଗତ ନେଲ୍ଲିମର୍ଲାବାସିନୀ କୋଣ୍ଡାପଲ୍ଲୀ ମନୀଷା ଅଞ୍ଜୁ।

ଆଇଆଇଆଇଟି’ରେ ପ୍ରଥମ ବାର୍ଷିକ ପଢୁଥିବା ଅଞ୍ଜୁ ଶିକ୍ଷାବର୍ଷ ପ୍ରାରମ୍ଭରୁ ‘ଅନ୍‌ଲାଇନ୍‌ କ୍ଲାସ୍‌’ରେ ପଢୁଥିଲେ। କୋଭିଡ୍‌-୧୯ ସଂକ୍ରମଣ ହ୍ରାସ ପାଇବାରୁ ‘ଆଇଆଇଆଇଟି’ କର୍ତ୍ତୃପକ୍ଷମାନେ ଶିକ୍ଷାର୍ଥୀମାନଙ୍କୁ ଉଭୟ ‘ଅନ୍‌’ ଓ ‘ଅଫ୍‌’ ଲାଇନ୍‌ କ୍ଲାସ୍‌ ପାଇଁ ବ୍ୟବସ୍ଥା କରିଥିଲେ। ତେଣୁ, ଅଞ୍ଜୁ ‘ଅନ୍‌ଲାଇନ୍‌ କ୍ଲାସ୍‌’ରେ ପଢ଼ା ଚାଲୁ ରଖିବାକୁ ଚାହୁଁଥିଲେ। କୁହାଯାଉଛି, ‘ଅଫ୍‌ଲାଇନ୍‌ କ୍ଲାସ୍‌’ରେ ଯୋଗ ଦେବାକୁ ଅଞ୍ଜୁଙ୍କର ଇଚ୍ଛା ନ ଥିଲା। ବାପାମାଆ ବାଧ୍ୟ କରି ତାଙ୍କୁ ଆଣି ‘ଆଇଆଇଆଇଟି’ରେ ଛାଡ଼ି ଘରକୁ ଫେରିଯାଇଥିଲେ।

ବାପାମାଆଙ୍କ ଏତାଦୃଶ ଆଚରଣରେ କ୍ଷୁବ୍ଧ ହୋଇ ଅଞ୍ଜୁ ନିଜ ମୋବାଇଲ୍‌ ଫୋନ୍‌ଟିକୁ ଗୋଟାଏ ବସ୍‌ରେ ଫିଙ୍ଗି ଦେଇ ଆସିଥିଲେ। ପରଦିନ ତାଙ୍କର ବାପାମାଆ ଆଉ ଗୋଟାଏ ନୂଆ ଫୋନ୍‌ କିଣି ଆଣି ତାଙ୍କୁ ଦେଇଥିଲେ। ଅଞ୍ଜୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରାଯାଇଥିବା କଥା ଏତ୍‌ଚେର୍ଲା ଥାନା ସବ୍‌-ଇନ୍‌ପେକ୍ଟର୍‌ କେ. ରାମୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking