29.1 C
Bhubaneswar
Wednesday, May 21, 2025
Homeଓଡିଶାଯେଉଁମାନେ ଅପରାଧକୁ ନେଇ ରାଜନୀତି କରୁଛନ୍ତି, ସେମାନେ ଗୃହକୁ ଆସି ପାରିବେନି: ମୁଖ୍ୟମନ୍ତ୍ରୀ

ଯେଉଁମାନେ ଅପରାଧକୁ ନେଇ ରାଜନୀତି କରୁଛନ୍ତି, ସେମାନେ ଗୃହକୁ ଆସି ପାରିବେନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀଙ୍କୁ ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ବିବୃତି ରଖିବା ବେଳେ କଡ଼ା ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଯେଉଁମାନେ ଲୋକଙ୍କ ପାଇଁ କାମ କରୁଛନ୍ତି, ସେମାନେ ଗୃହରେ ଅଛନ୍ତି ।

ଆଉ ଯେଉଁମାନେ ଅପରାଧକୁ ନେଇ ରାଜନୀତି କରୁଛନ୍ତି, ସେମାନେ ଗୃହକୁ ଆସି ପାରିବେନି । ବିକାଶରେ ବାଧା ସୃଷ୍ଟି କରୁଥିବା ବିରୋଧୀଙ୍କ ବ୍ୟବହାର ଲୋକେ ଦେଖୁଛନ୍ତି । ରାଜ୍ୟ ସରକାର ନୂଆ ଓଡ଼ିଶା ପାଇଁ କାମ କରୁଥିବା ବିବୃତି ବେଳେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗତକାଲି ବିଧାନସଭାରେ ବିରୋଧୀ ଦଳର ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ ବିଜେପି ବିଧାୟକ । ପରେ ଦୁଇ ବିଜେପି ବିଧାୟକଙ୍କୁ ବିଧାନସଭାରୁ ସସ୍‌ପେଣ୍ଡ କରାଯାଇଥିଲା । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଏଭଳି ଘଟଣା ପରେ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking