30.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶପୁଣି ଲାଇନଚ୍ୟୁତ୍ ହେଲା ଟ୍ରେନ

ପୁଣି ଲାଇନଚ୍ୟୁତ୍ ହେଲା ଟ୍ରେନ

ଚେନ୍ନାଇ: ବାଲେଶ୍ବରର ବାହାନଗାରେ ଘଟିଥିବା ୩ଟି ଟ୍ରେନ ଦୁର୍ଘଟଣାର ଦୁଃଖ ମନରୁ ଲିଭି ନଥିବା ବେଳେ ଏବେ ପୁଣି ଥରେ ଆଉ ଏକ ଟ୍ରେନ ଲାଇନଚ୍ୟୁତ୍ ହୋଇଛି। ତାମିଲନାଡୁର କୁନ୍ନୁରରେ ଟ୍ରାକରୁ ଖସି ଯାଇଛି ୨ଟି କୋଚ୍। ତେବେ ସବୁଠାରୁ ବଡ଼ କଥା ହେଲା ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। କୁହାଯାଉଛି ଯେ, ଓଟିରୁ ମେଟୁପାଲାୟାମ ଅଭିମୁଖେ ଯାଉଥିବା ଏକ ଟ୍ରେନର ଦୁଇଟି କୋଚ୍ ଗୁରୁବାର ତାମିଲନାଡୁର କୁନ୍ନୁର ନିକଟରେ ଲାଇନଚ୍ୟୁତ ହୋଇଥିଲା। ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇଥିବା ଖବର ଆସିନାହିଁ। ଅନ୍ୟପକ୍ଷରେ ବୁଧବାର ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ୍‌ରେ ଟ୍ରେନ୍‌ ମାଡ଼ିଯିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।

ଅପରାହ୍‌ଣ ୫ଟା ୧୫ ସମୟରେ ଯାଜପୁରରୋଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ବର୍ଷାରୁ ବର୍ତ୍ତିବା ପାଇଁ ଶ୍ରମିକମାନେ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନର ସାଈମନ୍ଦିର ରେଳଫାଟକ ନିକଟରେ ଅଟକିଥିବା ଏକ ମାଲଗାଡ଼ି ତଳେ ଆଶ୍ରୟ ନେଇଥିଲେ। ଷ୍ଟେସନ୍‌ରେ ଠିଆ ହୋଇଥିବା ଟ୍ରେନ୍‌ଟି ଅଳ୍ପ ସମୟ ପରେ ଆଗକୁ ବଢ଼ିଥିଲା। ଫଳରେ ଟ୍ରେନ୍‌ର ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ବାହାନଗା ଟ୍ରେନ ଦୁର୍ଘଟଣାକୁ ଦେଖିଲେ ଏହି ଦୁର୍ଘଟଣା ପାଇଁ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ-ପୂର୍ବ ରେଳପଥର ୧୨୩ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଏହି ପରିମାଣ ୨୫୦ କୋଟି ଟଙ୍କାକୁ ବୃଦ୍ଧିପାଇବା ସମ୍ଭାବନା ରହିଛି। ଦୁର୍ଘଟଣା ପର ଠାରୁ ପ୍ରତିଦିନ ୧୦୦ଟି ମାଲବୁହା ଟ୍ରେନ୍‌ର ଚଳାଚଳ ପ୍ରଭାବିତ ହୋଇଛି। ଏହା ବାଦ୍‌ ଇଞ୍ଜିନ୍‌, ବଗି ଓ ଲାଇନ ସମେତ ଅନ୍ୟାନ୍ୟ ସଂପଦ କ୍ଷତିଗ୍ରସ୍ତ ଯୋଗୁ ରେଳପଥକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking